ବେତାଳୀ ଭୈରବଙ୍କ ବାଲିଯାତ୍ରା ସମ୍ପନ୍ନ

ଝାମେରା ଅଣ୍ଟାର ଦୋଳିରେ ବସି ଭକ୍ତଙ୍କ ଗୁହାରୀ ଶୁଣିଲେ ଭୈରବ ଦେବତା

ଲାଞ୍ଜିଗଡ଼: କଳାହାଣ୍ଡି ଶାକ୍ତ ତନ୍ତ୍ର ପରମ୍ପରାର ଅନ୍ୟତମ ବଳିଷ୍ଠ ଦେବତା ବେତାଳୀ ଭୈରବୀଙ୍କ ବାଲିଯାତ୍ରା ବିଶ୍ବନାଥ ପୁର ଠାରେ ପାରମ୍ପାରିକ ବିଧାନ ଅନୁସାରେ ସଂପନ୍ନ ହୋଇଯାଇଛି। ରାଜା ରାଜୁଡା ଅମଳରୁ ଭାଦ୍ରବ ମାସରେ ଏହି ଯାତ୍ରା ପାଳିତ ହୋଇ ଆସୁଛି। ପ୍ରଥା ଅନୁସାରେ ସ୍ଥାନୀୟ ଭୈରବ ମନ୍ଦିରରୁ ପୂଜକ ଯାଇ ନିକଟସ୍ଥ ନଦୀରୁ ବାଲି କାଢ଼ିଥିଲେ। ପରେ ୭ଟି ନୂଆଁ ଚାଙ୍ଗୁଡ଼ିରେ ନଦୀରୁ ବାଲି ଆଣି ଗାଁରୁ ସଂଗୃହୀତ ବିଭିନ୍ନ ପ୍ରକାର ଶସ୍ୟ ଯଥା; ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ଚାଙ୍ଗୁଡ଼ିରେ ଥିବା ବାଲିରେ ପକାଇଥାନ୍ତି। ଗଜା ହୋଇଥିବା ବିହାନ ସାତ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ୭ମ ଦିନରେ ନିକଟସ୍ଥ କୁମ୍ଭାରବାରୁ ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଳି ପ୍ରସ୍ତୁତ କରିଥିଲେ। ୮ମ ଦିନରେ ପାଟଖଣ୍ଡା ଓ ବେତାଳୀ ଭୈରବ ନିଆଁରେ ତିଆରି ଖନ୍ଦା (ଝାମି) କୁ ତିନିଥର ପ୍ରଦକ୍ଷିଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

କାଳୀସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କ ଶକ୍ତିର ପରିଚୟ ଦେଇଥିଲେ।ବେତାଳୀ ଭୈରଵ ପୂଜକ ନଳିନୀକାନ୍ତ ପ୍ରଧାନୀ, ପାଟଖଣ୍ଡା ପୂଜକ ରବିଚନ୍ଦ୍ର ପ୍ରଧାନୀ, ବାହୁକ ଫାଲଗୁନି ପ୍ରଧାନୀ ଓ ସମସ୍ତ କାର୍ଯ୍ୟରେ ଗାଁର ଗୌନ୍ତିଆ ପ୍ରଦୀପ ଘଡେଇ ଉପସ୍ଥିତ ଥିଲେ। ଯାତ୍ରା ସାରିବା ପରେ ମାନସିକ କରିଥିବା ଲୋକଙ୍କ ଦ୍ୱାରା ପାରା, କୁକୁଡ଼ା, ଛେଳି ଆଦି ବଳି ଦିଆଯାଗଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ଉପସ୍ଥିତ ଥିଲେ। କୋଭିତ୍-୧୯ କୁ ଦୃଷ୍ଟିରେ ରଖି ଭକ୍ତଙ୍କ ନଥିଲା।ପ୍ରତିବର୍ଷ ଭଳି ଏହି ଯାତ୍ରା ଦେଖିବାକୁ ଆସୁଥିବା ବାହାର ଜିଲ୍ଲା ରାୟଗଡା, ବଲାଙ୍ଗୀର, କନ୍ଧମାଳର ଶହ ଶହ ଦର୍ଶକଙ୍କ ଭିଡ଼ ଚଳିତ ବର୍ଷ ଦେଖିବାକୁ ମିଳିନଥିଲା।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.