ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପିଅନଙ୍କ ଦେହାନ୍ତ

ବିଦ୍ୟାଳୟ କର୍ତୃପକ୍ଷ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ରାୟଗଡ: ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ ବିଦ୍ୟାଳୟର ପିଅନ ପ୍ରତାପଚନ୍ଦ୍ର ପଢିଆରୀଙ୍କ ବୁଧବାର ସକାଳେ ଦେହାନ୍ତ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପାଇଁ ପିଅନ ସ୍ୱର୍ଗତଃ ଶ୍ରୀ ପଢିଆରୀଙ୍କ ଅବଦାନ ଅତୁଳନୀୟ ରହିଥିଲା । ସେ ଜଣେ ମେଳାପି, ମିଷ୍ଟଭାଷୀ ବ୍ୟକ୍ତି ହୋଇଥିବାରୁ ବିଦ୍ୟାଳୟ କର୍ତୁପକ୍ଷଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ବେଶ ପରିଚିତ ହୋଇପାରିଥିଲେ ।

ଏହି ବିଦ୍ୟାଳୟରେ ସେ ଦୀର୍ଘ ୩୦ବର୍ଷ ଧରି ଚାକିରି କରି ଆସୁଥିଲେ । ଗତ ୯ଦିନ ହେବ ତାଙ୍କ ଦେହ ଅସୁସ୍ଥ ରହିଥିବାରୁ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଭୋର ସାଢେ ୫ଟା ସମୟରେ ତାଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସମେତ ସଂର୍ପକୀୟମାନେ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ବ୍ରାହ୍ମଣ ସାହିର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ସ୍ୱର୍ଗତଃ ଶ୍ରୀ ପଢିଆରୀଙ୍କ ବଡ ଭାଇଙ୍କ ପୁଅ ମୁଖାଗ୍ନି ଦେଇଥିଲେ । ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିବାର ତରଫରୁ ପିଅନ ସ୍ୱର୍ଗତଃ ଶ୍ରୀ ପଢିଆରୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.