ମାନବଧିକାରୀ କର୍ମୀ ଶିବାନୀ ଶତପଥୀଙ୍କ ଚତୁର୍ଦ୍ଦଶାନ୍ତ ଶ୍ରଦ୍ଧାଂଜଳି

ରାୟଗଡ: ରାୟଗଡ ସହରର ମଧୁସୂଦନ ନଗରସ୍ଥିତ ୟଙ୍ଗ ଓଡିଶା ଅନୁଷ୍ଠାନର ଜିଲ୍ଳା କାର୍ଯ୍ୟାଳୟ ଠାରେ ବିଶିଷ୍ଠ ସମାଜସେବିକା, ମାନବାଧିକାର କର୍ମୀ, ନରୀ ସୁରକ୍ଷା ଆନ୍ଦୋଳନର ପୁରୋଧାତ୍ରୀ ତଥା ୟଙ୍ଗ ଓଡିଶାର ସଂପାଦିକା ତଥା ଉଦ୍ୟୋକ୍ତା ଶ୍ରୀମତି ଶିବାନୀ ଶତପଥୀ (ପୂଜା)ଙ୍କର ଚତୁର୍ଦ୍ଦଶାନ୍ତ ଶ୍ରଦ୍ଧାଂଜଳି ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ୟଙ୍ଗ ଓଡିଶାର ମୁଖ୍ୟ ଉଦ୍ୟୋକ୍ତା ଲକ୍ଷ୍ମୀନାରାୟଣ ପାଢୀ, ସଭାପତି ସନ୍ତୋଷ ଶତପଥୀଙ୍କ ସହ ବହୁ ବିଶିଷ୍ଠ ମାନବାଧିକାର କର୍ମୀ ଯଥା ସୁରେନ୍ଦ୍ର ଶର୍ମା, ପ୍ରିୟଦର୍ଶନୀ ହୁଇକା, ମୋଇନା ଆଚାରୀ, ସେନାପତି ସନ୍ତୋଷୀ, ପାର୍ଥବର୍ଦ୍ଧନ, ଅଶ୍ୱନୀ ନାୟକ, ଧନଂଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

ସ୍ୱର୍ଗତଃ ଶ୍ରୀମତି ଶତପଥି ଜଣେ ନିଷ୍ଠାପର, ମାନବାଧିକାର କର୍ମୀ, ନାରୀ ସୁରକ୍ଷା ଆନ୍ଦୋଳନର ନେତ୍ରୀ ତଥା ସମାଜସେବୀ ଭାବେ ସମସ୍ତଙ୍କ ଅତ୍ୟନ୍ତ ପ୍ରିୟଭାଜନ ହୋଇପାରିଥିଲେ । ରାୟଗଡ ଜିଲ୍ଳା ତଥା ଆନ୍ଧ୍ର୍ରପ୍ରଦେଶର ବହୁ ପାରିବାରିକ ସମସ୍ୟାର ସେ ନିଜର ବାକଚାତୁରୀ ଓ ପରିପକ୍ୱତାର ପରିଚୟ ଦେଇ ସ୍ଥାୟୀ ସମାଧାନ କରି ବହୁ ଦାମ୍ପତ୍ୟ କଳହର ସମାଧାନ କରି ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଥିଲେ । ଶ୍ରୀମତି ଶତପଥି ୟଙ୍ଗ ଓଡିଶା ବ୍ୟତୀତ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ, ରାୟଗଡ ଜିଲ୍ଳା ମହିଳା ୱିଙ୍ଗର ସଭାନେତ୍ରୀ, ଜୀବନଧାରା ରକ୍ତଦାନ ସଂସ୍ଥାର ସ୍ଥାୟୀ ସଦସ୍ୟ, ବକ୍ସି ଜଗବନ୍ଧୁ ୟୁଥ୍ ଆସୋସିଏସନର ସ୍ଥାୟୀ ଉପଦେଷ୍ଠା, ସବକି ପ୍ୟାରୀ ମୋଇନା ଆଚାରୀ ଟ୍ରଷ୍ଟର ସଦସ୍ୟ ଥିଲେ । ସେ ଅତି କମ ବୟସରେ ଇହଧାମ ତ୍ୟାଗ କରିଥିବାରୁ ଓଡିଶା ଏକ ଅପ୍ରିତମ ପ୍ରତିଭାକୁ ହରାଇବା ସହ ସମାଜର ଏହି ଅପୂରଣୀୟ କ୍ଷତି ପାଇଁ ବହୁ ଅନୁଷ୍ଠାନ ତରଫରୁ ଶୋକ ପ୍ରକାଶ କରାଯାଇଛି । ଏହି ଅବସରରେ ବୃଦ୍ଧାଶ୍ରମରେ ଫଳ ବଂଟନ କରାଯିବା ସହ ଅନ୍ତେବାସୀମାନେ ମଧ୍ୟ ଶିବାନୀର ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.