କଟକ: କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ଏବଂ ନେତାଜୀ ସୁବାଷ ସ୍ମୃତି ପରିଷଦ ପକ୍ଷରୁ ୪୨ ମୌଜା ଉପକଣ୍ଠ ରାଉତରାପୁର ଗ୍ରାମର ଆଦର୍ଶ ଶିକ୍ଷକ ଭୋଳାନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଛି। ଦୀର୍ଘଦିନ ଧରି ଶିକ୍ଷାଦାନ ସହ ଜନକଲ୍ୟାଣ ସେଵା ସମିତି ନାମକ ସାମାଜିକ ସଂଗଠନର ସମ୍ପାଦକ ଭାବେ ଗୁରୁଦାୟିତ୍ଵ ଗ୍ରହଣ କରି ସମାଜସେଵା, ଚକ୍ଷୁ ଚିକିତ୍ସା ଶିବିର, ଗାଁ ପରିମଳ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକାରଣ ଯୋଗାଇବା ଆଦି ଅନେକ ମହତ ସେଵାକାର୍ଯ୍ୟ ସହ ଜଡିତ ହୋଇ ଜନମାନସରେ ପ୍ରିୟଭାଜନ ହେଇପାରିଥିଲେ। ତାଙ୍କ ଶିକ୍ଷାଦାନ ଆମ ସମୟର ଆଦର୍ଶ ହୋଇ ରହିଯିବ ବୋଲି ଛାତ୍ରଛାତ୍ରୀ ତଥା ସ୍ୱେଚ୍ଛାସେବୀଵର୍ଗ ମତପୋଷଣ କରିଛନ୍ତି। ପରିଷଦ ପକ୍ଷରୁ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଇଂ.ସୁଶାନ୍ତ ବେହେରା, ଦେବୀ ପ୍ରସାଦ ପତି, ନାରାୟଣ ଭୋଇ, ଅଭିରାମ ଦଳେଇ, ବିଜୟ ସ୍ୱାଇଁ, ଶରତ ଦାସ, ବିଜୟ ନାୟକ, ଅନି ମହାପାତ୍ର, ଆନନ୍ଦ ଦେବତା, ଜ୍ୟୋତି ଜେନା, ରସାନନ୍ଦ ବେହେରା, ଗଜେନ୍ଦ୍ର ବେହେରା, ପ୍ରାଣକୃଷ୍ଣ ରାଉଳ, ଅସୀମ ଦାସ, ଶଙ୍କର ବେହେରା, ଗାନ୍ଧୀଗୁରୁ ଦାସ, ବୁବୁନ୍ ମହାପାତ୍ର, ଶମ୍ଭୁ ବୈଠାଳୁ, ଶୁକଦେବ ମହାରଣା, ବିରଜାଭୁଷଣ ପତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।




