ଏଣିକି ଏନ୍.ଏ.ସି. ଅଂଚଳରେ ଡମ୍ଫର ମନା

ଦୃଢ ନିଷ୍ପତ୍ତି ଗ୍ରହଣ କଲେ ଟ୍ରାକ୍ଟର ମାଲିକ ସଂଘ

ନୂଆପଡା: ଆଜି(ରବିବାର) ସନ୍ଧ୍ୟା ସମୟରେ ମିନି ଷ୍ଟାଡିଅମ ଠାରେ ନୂଆପଡା ଏନ୍.ଏ.ସି ତଥା ଆଖ ପାଖ ଅଂଚଳର ଟ୍ରାକ୍ଟର ମାଲିକ ଏକାଠି ହୋଇ ଏକ ସଭାର ଆୟୋଜନ କରିଥିଲେ। ୟୁନିଅନ ସଭାପତି ଶ୍ରୀ ଦେବି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଉପ-ସଭାପତି ଭୋଳାନାଥ ଚଲାନ, ସମ୍ପାଦକ ପ୍ରବୀଣ ଠାକୁର, ସହ-ସମ୍ପାଦକ ଳେଖରାମ ଦଣ୍ଡସେନା ଓ ମିଡ଼ିଆ ପ୍ରଭାରୀ ରାହୁଲ ଯାଦବ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ୟୁନିୟନର ଅଭିଯୋଗ ହେଲା – ମହାମାରୀ କରୋନା ସମୟରେ ନୂଆପଡା ଅଂଚଳରେ ଥିବା ବାଲି ଘାଟ ମାଲିକ ନିଜେ ବଡ଼ ଗାଡି କିଣି ବାଲି ବିକ୍ରି କରୁଛନ୍ତି ଓ ଟ୍ରାକ୍ଟରକୁ ଆର. ଫର୍ମ ଦେଉ ନାହାନ୍ତି। ଯାହା ଫଳରେ ଟ୍ରାକ୍ଟର ମାଲିକ ମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଟ୍ରାକ୍ଟର ୟୁନିଅନ ଏହି ବୈଠକରେ ନିଷ୍ପତି ନେଇଛନ୍ତି ଯେ, ନୂଆପଡା ଏନ୍.ଏ.ସି. ତଥା ଆଖ ପାଖ ଅଂଚଳ ଯଥା ଝିଲମିଲା, ପରସଖୋଲ, ରତିପାଳି, ଟାନୱଟରେ ଅନ୍ୟ କେହି ଡମ୍ଫରରେ ବାଲି ପକାଇ ପାରିବେ ନାହିଁ। ୟୁନିଅନ ଏହି ସମସ୍ୟାକୁ ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଲିଖିତ ଜଣାଇବ ବୋଲି ନିଷ୍ପତି ନେଇଛି। ଏହି ସଭାରେ କୃଷ୍ଣ ସିଂ, ଅଜିତ ମିଶ୍ର, ଯୋଗେଶ୍ୱର ଦଣ୍ଡସେନା, ଜଇତ ରଣା, ବ୍ରଜ ରଣା, ଗଙ୍ଗା ରଣା , ରୋହିତ ଦଣ୍ଡସେନା, ବିଛି ଦଣ୍ଡସେନା, ସୁଶାନ୍ତ ସାହୁ ତଥା ୟୁନିଅନର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଷ୍ପତ୍ତି ସମୁହକୁ ସମର୍ଥନ କରିଥିଲେ।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.