ଷ୍ଟାଫନର୍ସ ପଦବୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଯୋଗ୍ୟତା ତାଲିକାରେ ରାୟଗଡ ଜିଲ୍ଳାର ପ୍ରାର୍ଥୀ ହେଲେ ନିଯୁକ୍ତି ମିଳିଛି ଅନ୍ୟ ଜିଲ୍ଳା ପ୍ରାର୍ଥୀଙ୍କୁ

ରାୟଗଡ: ମହାମାରୀ କରୋନା ବିପତ୍ତି ସମୟରେ ରାୟଗଡ ଜିଲ୍ଳାରେ ପ୍ରଶାସନ ଦ୍ୱାରା ପରିଚାଳିତ ପ୍ରତି ପଂଚାୟତରେ ଥିବା କୋଭିଡ କେୟାର ହୋମ, କୋଭିଡ ଗୃହ ଆଦିରେ ସେବା ଯୋଗାଇବା ପାଇଁ ୩୨ଟି ଷ୍ଟାଫ ନର୍ସ ପଦବୀ ନିମନ୍ତେ ଗତ ଜୁଲାଇ ୨୦ତାରିଖରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସଂଖ୍ୟା ୫୫୧୮/୨୦୨୦ର ବିଜ୍ଞାପନ ବାହାର କରାଗଲା । ଏଥି ନିମନ୍ତେ ୧୦୭ଜଣ ଆବେଦନକାରୀ ଆବେଦନ କରିଥିବା ବେଳେ ବିଭାଗ ତରଫରୁ ଚଂଚକତା କରାଯାଇ ୩୨ଜଣଙ୍କ ବଦଳରେ ୪୧ଜଣଙ୍କୁ ନିୟମକୁ ଉଂଲଘନ କରାଯାଇ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ରାୟଗଡ ଜିଲ୍ଳାର ସ୍ଥାନୀୟ ପ୍ରାର୍ଥୀଙ୍କୁ ବାଦ ଦେଇ ଅନ୍ୟ ଜିଲ୍ଳାର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ ନେଇ ସୋମବାର ଆଶାୟୀ ଷ୍ଟାଫନର୍ସ ପ୍ରାର୍ଥୀମାନେ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ରକୁ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ଗ୍ରହଣ କରିବା ସହ ଆଶୟୀ ପ୍ରାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସିଡିଏମଓଙ୍କ ସହ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ଫୋନ ଯୋଗେ ପଚାରି ବୁଝିବା ପରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ନେଇ ପ୍ରଶାସନର ମଧ୍ୟସ୍ଥିରେ ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେବା ପରେ ପ୍ରାର୍ଥୀମାନେ ଫେରିଥିଲେ । ଆଶାୟୀ ପ୍ରାର୍ଥୀମାନେ ଦେଇଥିବା ଦାବିପତ୍ରରେ ଯୋଗ୍ୟତା ତାଲିକାରେ ତାଙ୍କ ନାମ ଥାଇ ମଧ୍ୟ ତାଙ୍କୁ ଅଣଦେଖା କରାଯାଇ ଅନ୍ୟ ଜିଲ୍ଳାର ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ନିୟମାନୁସାରେ ଜିଲ୍ଳାର ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବା କଥା ତେବେ କେଉଁ ଆଧାରରେ ଅନ୍ୟ ଜିଲ୍ଳାର ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ତାହା ତଦନ୍ତ ସାକ୍ଷେପ ବୋଲି ଉଲ୍ଳେଖ କରିବା ସହ ଜିଲ୍ଳାରେ ଚାକିରିକୁ ଅପେକ୍ଷା କରି କରି ସ୍ଥାନୀୟ ପ୍ରାର୍ଥୀମାନଙ୍କ ବୟସ ସୀମା ଶେଷ ହେବାକୁ ଯାଉଛି ବୋଲି ଉଲ୍ଳେଖ ରହିଛି ଏବଂ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନ ହେଲେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଉଲ୍ଳେଖ ରହିଛି ।

ପ୍ରକାଶ ଥାଉ କି, ଦୈନିକ ୮୫୦ ଟଙ୍କା ମଜୁରୀ ହିସାବ ଆକାରରେ ଏମପିଏଚଡବ୍ଳ୍ୟୁ (ଏଫ) ନିମନ୍ତେ ୨୮ଟି ପଦବୀ ରହିଥିବା ବେଳେ ଦୈିନକ ୧ହଜାର ଟଙ୍କା ହିସାବରେ ୩୨ଟି ଷ୍ଟାଫ ନର୍ସ ଓ ୨୮ଟି ଫର୍ମାସିଷ୍ଟ ମୋଟ ୮୮ଟି ପଦବୀ ପାଇଁ ଗତ ୨୦ ଜୁଲାଇ ୨୦୨୦ ତାରିଖରେ ରାୟଗଡ ଜିଲ୍ଳାର ବହୁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନର ଶେଷ ୨୭ ତାରିଖ ସମୟ ସୀମା ମଧ୍ୟରେ ବିଞାପନ ଅନୁଯାୟୀ ଆବେଦନ କରିଥିଲେ । ତେବେ ଯୋଗ୍ୟତା ତାଲିକାରେ ଜିଲ୍ଳାର ବହୁ ପ୍ରାର୍ଥୀମାନଙ୍କ ନାମ ସ୍ଥାନ ପାଇଥିବା ବେଳେ ଅନ୍ୟ ଜିଲ୍ଳାରୁ ଆସି ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଥିବା ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.