ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୭ତମ ଜୟନ୍ତୀ ପାଳିତ

କଟକ: ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ତଥା ବିଶିଷ୍ଟ ସାହିତ୍ୟିକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୭ତମ ଜୟନ୍ତୀ ଅଗ୍ରଣୀ ସାମାଜିକ ସଂଗଠନ ସରସ୍ବତୀ କଳା ପରିଷଦ, କଳାବିହାର, କନ୍ଦରପୁର, କଟକ କାର୍ଯ୍ୟାଳୟରେ ପ୍ରହରାଜ ପ୍ରତିଭା ପୂଜା ପରିଷଦ ଆନୁକୂଲ୍ୟରେ ପାଳିତ ହୋଇଯାଇଛି।

ପରିଷଦର ସଭାପତି କବି କାଳୀପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଜୟନ୍ତୀ ସଭାରେ ବରିଷ୍ଠ ସାମ୍ବାଦିକ ତଥା କବି ନୀଳମଣି ସାହୁ, ପରିଷଦର ଉପସଭାପତି ସାହିତ୍ୟିକ ପୀତାମ୍ବର ମହାପାତ୍ର, ସମ୍ପାଦକ ପୀୟୂଷ ରଂଜନ ପରିଡ଼ା, ହୃଦାନନ୍ଦ ଜେନା, କୃତୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ରମାକାନ୍ତ ନାୟକ, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ଉମାକାନ୍ତ ଭୂଇଆଁ, ନିରଞ୍ଜନ ପରିଡ଼ା, ବ୍ୟଙ୍ଗକବି ପ୍ରତାପ ବେହେରା ପ୍ରମୁଖ ଯୋଗଦେଇ ବରେଣ୍ୟ ପ୍ରତିଭା ଓଡ଼ିଆ ମାଟିର କୃତୀ ସନ୍ତାନ ଯୁଗସ୍ରଷ୍ଟା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିବା ସହ ତାଙ୍କର ଏକ ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପରିଶେଷରେ ସରସ୍ୱତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.