କଳା ବ୍ୟାଚ ଧାରଣକରି ପ୍ରତିବାଦ କଲେ ବିଦ୍ୟୁତ କର୍ମଚାରୀ
କଳାହାଣ୍ଡି: ୱେସକୋ କୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ବିଦ୍ୟୁତ କର୍ମଚାରୀ ମାନେ କଳା ବ୍ୟାଚ ଧାରଣ କରିଛନ୍ତି। ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିଅର ଏକତା ମଞ୍ଚର ଆହ୍ୱାନ କ୍ରମେ ମଦନପୁର ସେକସନ ଅଧୀନ ସମସ୍ତ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରି ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି। ଆଗାମୀ ସାତ ଦିନ ମଧ୍ୟରେ ଏହାର ପୁନଃବିଚାର ନ କଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ମଞ୍ଚର ଉପବିଭାଜନ ସମ୍ପାଦକ ଛବି କୁମାର ସାହୁ ପ୍ରକାଶ କରିଛନ୍ତି। ଆଜିର ଏହି ପ୍ରତିବାଦରେ ଲାଇନମ୍ୟାନ ଜଗବନ୍ଧୁ କଟା, ବାଞ୍ଚାବଟ ରଣା, ସୁଶାନ୍ତ କୁମାର ସାହୁ, ଧନୀରାମ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in