ସାଲେଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଠାବ

କଳାହାଣ୍ଡି/ନର୍ଲା (ନବୀନ କିଶୋର ସାହୁ): ପଲମ ଫାଣ୍ଡି ଅଧିନସ୍ଥ ସାଲେଭଟା ଗ୍ରାମ୍ୟ ଜଙ୍ଗଲ ନିକଟସ୍ଥ ଏକ ଗଛରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖାଯାଇଥିଲା। ଖବର ପାଇ ପଲମ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ମୃତକମାନେ ହେଲେ ସିଲେଟପଡା ଗ୍ରାମର ଲିଙ୍ଗରାଜ ମାଝୀ(୪୦) ଓ ମିନି ପରାଭୋଏଙ୍କ ସ୍ତ୍ରୀ ବବି ପରାଭୋଏ (୩୦)।

ପ୍ରାପ୍ତ ସୂଚନା ଆଧାରରେ ବବି ପରାଭୋଏ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ସ୍ବାମୀ ମିନି ପରାଭୋଏ ଶନିବାର ଦିନ ପଲମ ଫାଣ୍ଡି ଠାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ମୃତ ମହିଳା ଓ ଯୁବକଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିବା ଜଣାପଡିଛି। ଏପଟେ ଏହା ହତ୍ୟା ନା ଆତ୍ମହତ୍ୟା‌ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏଣୁ ଘଟଣାର ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି।

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.