ପଦୋନ୍ନତି ମିଳୁ ନ ଥିବାରୁ ଜିଲ୍ଳାପାଳ ଓ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କୁ ଦେଲେ ଦାବିପତ୍ର
ରାୟଗଡ: ରାୟଗଡ ଜିଲ୍ଳା ମଙ୍ଗଳ ବିଭାଗ ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ କନିଷ୍ଠ କିରାଣୀମାନଙ୍କୁ ଦୀର୍ଘ ବର୍ଷ ଧରି ପଦୋନ୍ନତି ମିଳୁ ନ ଥିବାରୁ ଏ ନେଇ ସୋମବାର ଦିନ ସମସ୍ତଙ୍କ ନିଷ୍ପତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୌଠକରେ କନିଷ୍ଠ କିରାଣୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ବିଶେଷ କରି ଜିଲ୍ଳାରେ ଦୀର୍ଘ ୧୨ବର୍ଷ ଧରି କନିଷ୍ଠ କିରାଣୀମାନେ କାର୍ଯ୍ୟ କରୁଥିବା ସ୍ୱତେ ବର୍ତମାନ ସୁଦ୍ଧା ଏମାନଙ୍କୁ ବିଭାଗୀୟ ମିନିଷ୍ଟ୍ରିଆଲ ଗ୍ରେଡେସନ୍ ଲିଷ୍ଟରେ ତାଲିକାଭୁକ୍ତ କରାଯାଇନାହିଁ । ଫଳରେ ସେମାନଙ୍କ ପଦୋନ୍ନତି ହୋଇ ପାରୁ ନ ଥିବାରୁ ବୈଠକରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ ।
ସାମ୍ବାଦିକ ଆବଶ୍ୟକ
ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in
ପରେ ସମସ୍ତଙ୍କ ନିଷ୍ପତି କ୍ରମେ ସେମାନଙ୍କ ଏହି ସମସ୍ୟାର ସମାଧାନ ଦିଗରେ ରାୟଗଡ ଜିଲ୍ଳାପାଳ, ଜିଲ୍ଳା ମଙ୍ଗଳ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରି ନିୟମାନୁସାରେ ପଦୋନ୍ନତି ଦେବା ପାଇଁ ନିବେଦନ କରିଥିଲେ । ଏଥିସହ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସାଧାରଣ ପ୍ରଶାସନ ଏବଂ ଲୋକ ଅଭିଯୋଗ ବିଭାଗ,ଓଡିଶାଙ୍କୁ ଦାବିପତ୍ର ପ୍ରେରଣ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ କନିଷ୍ଠ କିରାଣୀ ବିକ୍ରମ କୁମାର ଗୋପାଳ, ବିରେନ୍ଦ୍ର କୁମାର ନାୟକ, ତନ୍ମୟ ଦାସ, ସୀମାଂଚଳ ଆଚାର୍ଯ୍ୟ, ରାଜେଶ କୁମାର ଶବର, ମଳୟ କୁମାର, ସ୍ୱଶତିକା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in