ଆଉ ୨୬ ନୂଆ ପଜିଟିଭ୍ ଚିହ୍ନଟ, ୦.୫୧ ପ୍ରତିଶତ ହାରରେ ୩୯ ଜଣଙ୍କ ହୋଇଛି ମୃତ୍ୟୁ

ରାୟଗଡ ଜିଲ୍ଳାରେ ୭୬୪୭ ପଜିଟିଭ୍, ସୁସ୍ଥ ହେଲେଣି ୭୨୯୨ ଓ ୩୧୬ ହେଉଛନ୍ତି ଚିକିତ୍ସିତ

ରାୟଗଡ: ୦.୫୧ ପ୍ରତିଶତ ହାରରେ ରାୟଗଡ ଜିଲ୍ଳାରେ କରୋନଜନୀତ ମୃତ୍ୟୁ ସଂଖ୍ୟା ୩୯ରେ ପଂହଚିଛି । ଅନଲକ-୫ରେ ମଧ୍ୟ ଲୋକଙ୍କୁ ଅଧିକ ସତର୍କତା ଓ ସାବଧାନତା ଅବଲମ୍ବନ କରିବା ପାଇଁ ସେପ୍ଟେମ୍ବର ଭଳି ଅକ୍ଟୋବର ମାସରେ ମଧ୍ୟ ଜିଲ୍ଳା ପ୍ରଶାସନ ତରଫରୁ କୋହଳ କଟକଣା ଓ ବଳବତର କଟକଣା ଉପରେ କୋଭିଡ-୧୯ ନିୟମକୁ ମାନି ଚଳିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ପୂର୍ବପରି ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟାରେ ଏବେ କିନ୍ତୁ ବ୍ରେକ ଲାଗିଛି । ରାୟଗଡ ଜିଲ୍ଳାରେ ଧୀରେ ଧୀରେ ପଜିିଟିଭ୍ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପୁଣି ସୋମବାର ଦିନ ୨୬ଜଣ ନୂଆ ପଜିଟିଭ୍ ରୋଗୀ ଚିହ୍ନଟ ପରେ ଜିଳ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୪୭ରେ ପଂହଚିଛି । ଏହି ୨୬ଜଣଙ୍କ ମଧ୍ୟରେ ୨୦ଜଣ ପୁୁରୁଷ ଓ ୬ଜଣ ମହିଳା ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଜଣେ କୋଭିଡ ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ବର୍ତମାନ ଜିଲ୍ଳାରେ ୯୫.୩୬ ପ୍ରତିଶତ ହାରରେ ୭୨୯୨ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪.୧୩ ପ୍ରତିଶତ ସକ୍ରିୟ ହାରରେ ୩୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।


ସାମ୍ବାଦିକ ଆବଶ୍ୟକ

ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in

ସେହିପରି ୨୬ଜଣଙ୍କ ମଧ୍ୟରେ କାଶିପୁର ବ୍ଳକରୁ ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡ ସହରାଂଚଳରୁ ୭, ମୁନିଗୁଡା ବ୍ଳକରୁ ୩, ଗୁଡାରୀରୁ ୨ ଚିହ୍ନଟ ହୋଇଛନ୍ତି । ସେହିପରି ବିଷମକଟକ ବ୍ଳକ ସମେତ ଗୁଣପୁର ଓ ରାୟଗଡ ଗ୍ରାମାଂଚଳରୁ ଜଣେ ଲେଖାଁଏ ମୋଟ ୨୬ଜଣ ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ୧୭ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ଆଇଏଲଆଇ/ସାରି ଲକ୍ଷଣରୁ ଏବଂ ୯ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଳାରେ ବର୍ତମାନ ୭୯୭ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୮୪.୯୪ପ୍ରତିଶତ ସୁସ୍ଥତା ହାରରେ ୬୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୪.୫୫ପ୍ରତିଶତ ସକ୍ରିୟ ରୋଗୀ ହାରରେ ୧୧୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୦.୫୯ ପ୍ରତିଶତ ମୃତ୍ୟୁ ହାରରେ ୪ଜଣ କରୋନା ଯୋଦ୍ଧା ମୃତ୍ୟୁବରଣ କରିଥିବା ନେଇ ପ୍ରଶାସନ ସୂଚନା ଦେଇଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.