ବେକରେ ରସି ଲଗାଇ ମହିଳାଙ୍କ ଆତ୍ମହତ୍ୟା, ତିନି ଶିଶୁ ମାତୃହରା

କାଶିପୁର: ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ମୁନିଖୋଲ ଗ୍ରାମରେ ସୋମବାର ଜଣେ ମହିଳା ତିନି ଶିଶୁ ପୁତ୍ରକୁ ଛାଡି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରାପ୍ତ ସୂଚନା ଆଧାରରେ ସୋମବାର ୧୨.୩୦ ସମୟରେ ମୁନୀଖୋଲ ଗ୍ରାମର ପ୍ରତାପ ପତ୍ରି ଙ୍କ ସ୍ତ୍ରୀ ଶ୍ରୀମତୀ ନୀଳିମା ପତ୍ରୀ (୨୬) ତାଙ୍କର ଘରେ କେହି ନଥିଵା ଦେଖି ସେହି ସୁଯୋଗରେ ଵାରିପଟ ଘରେ ଵେକରେ ରସି ଲଗାଇ ଝୁଲୁଥିଲେ। ଏହି ସମୟରେ ତାଙ୍କ ଶାଶୁ କେଉଁ କାମରେ ଗାଁ ଭିତରକୁ ଯାଇ ଥିଲେ। ସେ ଘରକୁ ଫେରି ଦେଖିଲେ ଶିଶୁ ତିନିଜଣ ଅଛନ୍ତି ଵୋହୁ ନାହିଁ। ବାରିପଟ ଘରକୁ ଯିବାସମୟରେ ସେଠାରେ ଵୋହୁ ନୀଳିମା ଟୁଲ୍ ମାଧ୍ୟମରେ ଉପରେ ରସି ବାନ୍ଧି ଵେକରେ ରସି ଲଗାଇ ଝୁଲୁଥିବା ଦେଖି ଲୋକମାନଙ୍କୁ ଡାକ ପକାଇଥିଲେ। ଲୋକମାନେ ଆସି ରସି କାଟି ମୁନିଗୁଡା ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ ସେଠାରେ ଡାକ୍ତର ସଞ୍ଜିଵ କୁମାର ନିଳୀମାର ମୃତ ଘୋଷଣା କରିଥିଲେ। ଖବର ପାଇ ମୁନିଗୁଡା ଥାନା ଏସ୍ ଆଇ ଶ୍ରୀ ଅଶୋକ କୁମାର ବିଶୋଇ ଏବଂ ଏସ ଆଇ ଚନ୍ଦ୍ରମା ଶବର ପୋଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୋଷ୍ଟମଟମ୍ କରି ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରି ଇଉଡି କେଶ୍ ନମ୍ବର ୧୦/୦୨୦ ପ୍ରକାର ମାମଲା ରୁଜୁ କରାଯାଇଥିଵା ଆଇଓ ଏସ୍ ଆଇ ଚନ୍ଦ୍ରମା ଶବର କହିଛନ୍ତି। ପ୍ରକାଶ ଥାଉକି ନୀଳିମାଙ୍କ ର ଦୁଇଜଣ ୪, ୫ବର୍ଷର ଶିଶୁ ପୁତ୍ର ଓ ଜଣେ ୧୧ ମାସର ଶିଶୁ ଅଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in


ସାମ୍ବାଦିକ ଆବଶ୍ୟକ

ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in

 


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.