ସେତୁ ନିର୍ମାଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ ମାଡିବନ୍ଧାବାସୀ
ଭୋଟ୍ ବର୍ଜନ ନିଷ୍ପତ୍ତି ପରେବି ମିଳିପାରିଲା ନାହିଁ ସୁଫଳ
ଲାଞ୍ଜିଗଡ଼: ଦିର୍ଘ ବର୍ଷଧରି ପ୍ରଶାସନିକ କଳର ନିଷ୍କ୍ରିୟତା ଏବଂ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଅବହେଳିତ ଅବସ୍ଥାରେ ପଡ଼ିରହିଛି ଲାଞ୍ଜିଗଡ଼ ବ୍ଲକର ମାଡିବନ୍ଧା ଗ୍ରାମ। ଗମନାଗମନ ଏଠାରେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଗାଁରେ ବିଜୁସେତୁ ଓ ପକ୍କା ସଡକ ନିର୍ମାଣ ପାଇଁ ଦିର୍ଘ ଦିନରୁ ଦାବି ହୋଇ ଆସୁଛି। କିନ୍ତୁ କିଛି ସୁଫଳ ମିଳି ପାରୁନାହିଁ ତେଣୁ ଶିଘ୍ର ସେତୁ ତିଆରି ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।
ଅଭିଯୋଗ କିଡିଙ୍ଗ ଛକରୁ ମାଡିବନ୍ଧା ଗ୍ରାମକୁ ଯାଇଥିବା ୨ କିଲୋମିଟର ରାସ୍ତା ଶୋଚନୀୟ ହୋଇ ପଡିଛି। ବର୍ଷା ଦିନେ ବିଶ୍ୱନାଥପୁର ଓ ଭବାନୀପାଟଣାକୁ ଯିବା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଡିବନ୍ଧା ଓ ମହେଶ୍ୱରପୁର ମଧ୍ୟରେ ଥିବା ସାନ୍ଦୁଲ ନଦୀରେ ବିଜୁସେତୁ ଓ ରାସ୍ତା ନିର୍ମାଣ କରିବାକୁ ନେଇ ପ୍ରଶାସନ ପାଖରେ ବହୁ ବର୍ଷ ଧରି ଗ୍ରାମବାସୀ ଦାବି କରୁଛନ୍ତି। ବିଭାଗୀୟ ଅଧିକାରୀ, ଲୋକ ପ୍ରତିନିଧି ଓ ବିଭାଗୀୟ ମନ୍ତ୍ରୀଙ୍କୁ ଆଜିକି ୩୦ବର୍ଷ ହେଲା ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଏନେଇ ୨୦୧୯ ମସିହାରେ ଭୋଟ ବର୍ଜନର ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଆଜିଯାଏ ପ୍ରଶାସନ କୌଣସି ପଦକ୍ଷେପ ନେଉନାହଁ। ଏହା ବିରୁଦ୍ଧରେ ମାଡିବନ୍ଧା, କିଡିଙ୍ଗ, ମହେଶ୍ୱରପୁର ଓ ଲାଞ୍ଜିଗଡ଼ରୋଡ଼ ଗ୍ରାମର ଜନସାଧାରଣଙ୍କୁ ନେଇ ଏବର୍ଷ ଫେବୃଆରୀ ୨୨ ତାରିଖରେ ଏକ ବୈଠକ ହୋଇ ପ୍ରଶାସନକୁ ଜଣା ଯାଇଥିଲା କିନ୍ତୁ କୌଣସି ସୁଫଳ ମିଳି ନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଅତିଶୀଘ୍ର ଆମ କଥା ପ୍ରଶାସନ ନ ଶୁଣିଲେ ଆମେ ମାଡିବନ୍ଧା ଗ୍ରାମବାସୀ ୬ ନମ୍ୱର ରାଜ୍ୟ ରାଜପଥ ଅବରୋଧ କରିବୁ ବୋଲି ମାଡିବନ୍ଧା ଗ୍ରାମବାସୀ ସୁରଥ ହରିଜନ, ଶ୍ୟାମ ସୁନ୍ଦର ଶବର, ସନୁଜୟ ଗଉଡ଼, ଅମର ଶବର, ଡମ ଗଉଡ଼, ଟୁନା ଶବର,ସୁଗ୍ରୀ ଗଉଡ଼, କର୍ଣ୍ଣ ଗଉଡ଼, ଗୋପାଳ ଗଉଡ଼, ହରିଶ୍ଚନ୍ଦ୍ର ଗଉଡ଼, ସୁନ୍ଦର ସିଂ ଗଉଡ଼, ମଧୁ ହରିଜନ, ଚନ୍ଦ୍ର ସିଂ ଗଉଡ଼ ଓ ମିତ୍ର ହରିଜନ ଚେତାବନୀ ଦେଇଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିବେଶ)ଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta