ଚନ୍ଦ୍ରପୁରର ବେଲମଗୁଡା ଠାରେ ପ୍ରଥମ ଥର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ରାୟଗଡ: ରାୟଗଡ ଜିଲ୍ଳାର ଦୁର୍ଗମ ଚନ୍ଦ୍ରପୁର ବ୍ଳକର ହନୁମନ୍ତପୁର ଗ୍ରାମ ପଂଚାୟତର ଉପାନ୍ତ ଅଂଚଳ ବେଲମଗୁଡା ଗ୍ରାମରେ ପ୍ରଥମ ଥର ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । କୋଭିଡ -୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ପୂଜା କମିଟି ତରଫରୁ ଶାନ୍ତି ଶୃଙ୍ଖଳା ସହ ଗତ ଅକ୍ଟୋବର ୩୧ ତାରିଖ ଠାରୁ ୨ ନଭେମ୍ବର ପର୍ଯ୍ୟନ୍ତ ୩ଦିନ ଧରି ଏହି ପୂଜା ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉ କି, ଏହି ଗ୍ରାମରେ ପୂର୍ବରୁ କେବେ ହେଲେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ନ ଥିଲା ।


ପୂଜା କରିବା ନିଷ୍ପତି ନେଇ ପୂଜା କମିଟି ସଦଗୁରୁ ନକୁଳ ଲିମା, ସଭାପତି ବଟି କୈାଶଲ୍ୟା, ସଂପାଦକ ସମନ୍ତ ବିଭର, ପୂଜାରୀ ପ୍ରତାପ କୈାଶଲ୍ୟାଙ୍କ ସମେତ କମିଟି ସଦସ୍ୟ ରଂଜିତ କୈାଶଲ୍ୟା, ଜଗନ୍ନାଥ ବିଭର, ଯୋଗି କୈାଶଲ୍ୟା, ରାଜ କୁମାର କୋଶଲ୍ୟା, ସନ୍ତୋଷ, ସୁଶାନ୍ତ କାଡ୍ରକା ପ୍ରମୁଖ କର୍ମକର୍ତାମାନେ ପୂଜା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୋମବାର ଦିନ ମା ଗଜଲକ୍ଷ୍ମୀଙ୍କ ଭସାଣୀ କାର୍ଯ୍ୟକ୍ରମ ଅନୁ୍‌ଷ୍ଠିତ ହୋଇଥିଲା । ପ୍ରଥମ ଥର ପାଇଁ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ହେଉଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.