କୋଭିିଡ ୱାରିଅର ଚିଟେଡ୍ ଫୋରମ ଦ୍ୱାରା ୨ଦଫା ଦାବିପତ୍ର ପ୍ରଦାନ

ସିସିଏଚରେ କାର୍ଯ୍ୟରତ ଏଏନଏମଙ୍କୁ ସ୍ଥାୟୀ ନିଯୁକ୍ତି ଓ ସିସିଏଚକୁ ପିଏଚସିଏଚରେ ରୂପାନ୍ତରିତ କରିବା ଦାବି

ରାୟଗଡ: ରାୟଗଡ ଜିଲ୍ଳା କୋଭିଡ କେୟାର ହୋମ (ସିସିଏଚ)ମାନଙ୍କରେ କାମ କରୁଥିବା କରୋନା ଯୋଦ୍ଧାମାନେ କୋଭିଡ ୱାରିଅର ଚିଟେଡ୍ ଫୋରମର ରାଜ୍ୟ ସଭାପତି ଜନନେତା ଇ.ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକଜୁଟି ହୋଇ ଜିଲ୍ଳାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୨ଦଫା ସମ୍ବଳିତ ଏକ ଦାବିପତ୍ର ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu


ଏହି ଦାବିପତ୍ରରେ ସରକାର ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ତୁରନ୍ତ ୫ଶହ କୋଟି ଟଙ୍କାର ବାର୍ଷିକ ଅତିରିକ୍ତ ବଜେଟ ଉପସ୍ଥାପନା କରି ସମସ୍ତ ସିସିଏଚଗୁଡିକୁ ପଂଚାୟତ ହେଲଥ୍ କେୟାର ହୋମ (ପିଏଚସିଏଚ)ରେ ରୂପାନ୍ତରିତ କରିବା ପାଇଁ ପ୍ରସ୍ତାବ ଦେବା ସହ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ଉଲ୍ଳେଖ ରହିଛି । ସେହିପରି ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କର ଉପରୋକ୍ତ ଦାବି ପୂରଣ କରି ନାହାନ୍ତି ସେଯାଏଁ ସିସିଏଚଗୁଡିକରେ କାମ କରୁଥିବା କୈାଣସି କରୋନା ଯୋଦ୍ଧାଙ୍କୁ ଛଟେଇ ନ କରିବାକୁ କିମ୍ବା ଯଦି ଛଟେଇ କରିଛନ୍ତି ତେବେ ପୁନଃ-ନିଯୁକ୍ତି ଦେବା ପାଇଁ ପୋରମ ପକ୍ଷରୁ ଦାବି କରାଯାଇଛି । ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ଡିସେମ୍ବର ୧୫ତାରିଖରେ ଦାବି ପୂରଣ ନ ହେବା ଯାଏଁ ଭୁବନେଶ୍ୱର ଠାରେ ସମସ୍ତେ ଧାରଣା ଦେବେ ବୋଲି ମଧ୍ୟ ଉଲ୍ଳେଖ ରହିଛି ।

Pearl dental clinic
Near Ashish Medical Store, Bhawanipatna


ପ୍ରକାଶ ଥାଉ କି, ରାୟଗଡ ଜିଲ୍ଳାରେ ୧୮୧ଜଣ ଏଏନଏମ ମହିଳା ସ୍ୱାସ୍ଥ୍ୟ କର୍ମୀ ତଥା କରୋନା ଯୋଦ୍ଧାମାନେ ସ୍ୱଳ୍ପ ଦରମାରେ ଗାଁ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,ସ୍ୱାବ ସଂଗ୍ରହ, ଆଂଟିଜେନ ଟେଷ୍ଟ ଆଦି କରିବା ସହ ଔଷଧ ବାଂଟୁଥିବାରୁ କରୋନାର ପ୍ରଭାବ ଏକମାତ୍ରରେ ନିୟନ୍ତ୍ରଣରେ ରହିଥିଲା । ଓଡିଶା ଭଳି ଗ୍ରାମୀଣ ରାଜ୍ୟରେ ଗରିବ ଲୋକମାନେ ପଂଚାୟତସ୍ତରରେ ସହଜରେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିବାରୁ ପ୍ରତ୍ୟେକ ପଂଚାୟତରେ ପିଏଚସିଏଚର ଆବଶ୍ୟକତା ରହିଛି ବୋଲି ଚିଟେଡ୍ ଫୋରମର ସଭାପତି ଶ୍ରୀ ହୋତା ପ୍ରକାଶ କରିଥିବା ବେଳେ ରାୟଗଡ ଜିଲ୍ଳାର ୧୮୧ଜଣ ସ୍ୱାସ୍ଥ୍ୟ କର୍ମୀ ତଥା କରୋନା ଯୋଦ୍ଧାମାନେ କରୋନା ସମୟରେ କାର୍ଯ୍ୟ କରିଥିବା ବେଳେ ସେମାନଙ୍କୁ ୩ମାସ ଧରି ବର୍ତମାନ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.