ତହସିଲଦାରଙ୍କ ଦ୍ଵାରା ଧାନ ମଣ୍ଡି ଉଦଘାଟିତ

ରାମନାଗୁଡା: ରାମନାଗୁଡା ବ୍ଲକ ଚାକୁଣ୍ଡା ନିକଟ ନିୟନ୍ତ୍ରିତ ବଜାର କମିଟି ଗୋଦାମ ପରିସରରେ ସ୍ଥାନୀୟ ଲ୍ୟାମ୍ପସ ପକ୍ଷରୁ ଖରିପ ଫସଲର ପ୍ରଥମ ଧାନ ମଣ୍ଡି ଆରମ୍ଭ ହୋଇଛି। ରାମନାଗୁଡା ତହସିଲଦାର ଶ୍ରୀମତୀ ଜୟଶ୍ରୀ ମଲ୍ଲିକ ଏହି ମଣ୍ଡିର ଶୁଭ ଉଦ୍ଘାଟନ କରିିଛନ୍ତି। ସ୍ଥାନୀୟ ଲ୍ୟାମ୍ପସର ଶାଖା ପରିଚାଳକ ବିଶିକେଶନ ରଥ, ଏଆରସିଏସ ଗୁଣୁପୁର ଟି. ଶବର, ବରିଷ୍ଟ ଚାଷୀ ବାଲାଜି ଚୌଧୁରୀ, ହେମା କଂସ ବେହେରା, ରଞ୍ଜନ ନାୟକ ବେହେରାଙ୍କ ସମେତ ନିୟନ୍ତ୍ରିତ ବଜାର କମିଟି ଗୁଣୁପୁରର କର୍ମଚାରୀ, ରାମନାଗୁଡା ଲ୍ୟାମ୍ପସ କର୍ମଚାରୀ, ସମସ୍ତ ମିଲ ମାଲିକ ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

ଧାନ ମଣ୍ଡି ପ୍ରତ୍ୟେକ ଶୁକ୍ରବାର ଦିନ ଚାକୁଣ୍ଡାରେ, ସୋମବାର ଦିନ ଉକାମ୍ବାରେ, ମଙ୍ଗଳବାର ଦିନ ଗୁମୁଡ଼ାରେ, ବୁଧବାର ଦିନ କୁଜେନ୍ଦ୍ରୀରେ ଖୋଲାଯାଇ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରିବା ସୁବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ସାଧାରଣ ଧାନ ରସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ଦର ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏ ଗ୍ରେଡ ଧାନ ର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ଦର ୧,୮୮୮ ଟଙ୍କା ରେ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଛି।

ଯେଉଁ ଚାଷୀ ମାନେ ଲ୍ୟାମ୍ପସ ରେ ଗତ ବର୍ଷ ଅନଲାଇନରେ ପଞ୍ଜିକରଣ କରିଛନ୍ତି କିମ୍ଭା ପଞ୍ଜିକରଣ ଫର୍ମକୁ ନବୀକରଣ କରିଛନ୍ତି ବା ଚଳିତ ବର୍ଷ ନୂତନ ଭାବେ ପଞ୍ଜିକରଣ କରିଛନ୍ତି ସେମାନେ ମଣ୍ଡି ରେ ଧାନ ବିକ୍ରି କରିପାରିବେ। ଚଳିତ ବର୍ଷ ଖରିପ ଫସଲ ର ଧାନ ସଂଗ୍ରହ ଚାଷୀ ମାନଙ୍କ ପ୍ରାପ୍ୟ ପି ପାସ ବ୍ୟବସ୍ଥାରେ ପରିଚାଳିତ କରି ସିଧାସଳଖ ଓଡ଼ିଶା ସମବାୟ ବ୍ୟାଙ୍କ ମାଧ୍ୟମରେ ସମସ୍ତ ଚାଷୀ ମାନଙ୍କ ର ସଞ୍ଚିତ ଖାତା କୁ ଟଙ୍କା ଜମା କରିବାର ବ୍ୟବସ୍ଥା କରାଯାଇଛି।

ଚାଷୀ ମାନେ ୨୪ ଘଣ୍ଟା ରୁ ୪୮ ଘଣ୍ଟା ମଧ୍ୟରେ ଅନଲାଇନ ରେ ସିଧାସଳଖ ଚାଷୀ ଙ୍କ ପ୍ରାପ୍ୟ ପାଇବା ସହ ତଥ୍ୟ ମେସେଜ(ଏସ ଏମ ଏସ) ମାଧ୍ୟମରେ ପାଇପାରିବେ। କ୍ରୟ କାରୀ ସଂସ୍ଥା ମାନେ ସମୁଦାୟ ଧାନର ମୂଲ୍ୟ ଳକୁ କେବଳ ଅନଲାଇନ ଆକାଉଣ୍ଟ ଟ୍ରାନ୍ସଫର ସେବା ମାଧ୍ୟମରେ ପ୍ରଦାନ କରିବେ ଯାଦ୍ୱାରା ଚାଷୀ ମାନେ ବିକ୍ରୟ ଧାନ ର ପ୍ରାପ୍ୟ ନିଜ ବ୍ୟାଙ୍କ ଆକାଉଣ୍ଟ ରେ ପାଇବେ। ଲ୍ୟାମ୍ପସ ଓ ମିଲ ମାଲିକ ମାନେ ନିର୍ଦ୍ଧାରିତ ମଣ୍ଡି ଗୁଡିକରେ ଧାନ କ୍ରୟ କରିବା ନିମନ୍ତେ ଭାଗ ନେଇପାରିବେ ବୋଲି ରାମନାଗୁଡା ଲ୍ୟାମ୍ପସର ଶାଖା ପରିଚାଳକ ବିଶିକେସନ ରଥ ଗଣ ମାଧ୍ୟମକୁ କହିଛନ୍ତି।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.