ବୃନ୍ଦାବନ ସେବା ଆଶ୍ରମ ପାଇଁ ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

ଲାଞ୍ଜିଗଡ: ଲାଞ୍ଜିଗଡ଼ ଆଶ୍ରମପଡା ଠାରେ ବୃନ୍ଦାବନ ସେବା ଆଶ୍ରମ ପାଇଁ ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃନ୍ଦାବନ ସେବା ଆଶ୍ରମ ଟ୍ରଷ୍ଟ ଲାଞ୍ଜିଗଡ଼ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ବୃନ୍ଦାବନ ରାଧାକାନ୍ତ ସେବାଟ୍ରଷ୍ଟରୁ ଆସିଥିବା ଶ୍ରୀ ଶ୍ୟାମାନନ୍ଦ ଦାସ ମହାରାଜ ଏବଂ ଶ୍ରୀ ସତ୍ୟବେଦାନନ୍ଦ ସରସ୍ବତୀ ଜୀ ମହାରାଜ ଏହି ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Omkar Vasthu
Omkar Vasthu


ଆଶ୍ରମ ନିର୍ମାଣ ପାଇଁ ଲାଞ୍ଜିଗଡ଼ର ଶ୍ୟାମ ସୁନ୍ଦର ମହାଖୁଡ ଲାଞ୍ଜିଗଡ଼ ଆଶ୍ରମପଡା ଠାରେ ୧୮ ଡିସମିଲ ଭୂମି ଅନୁଦାନ କରିଛନ୍ତି। ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂଜକ ମନୋରଞ୍ଜନ ଯୋଶୀ ଓ ବିଷ୍ଣୁ ଯୋଶୀ ଯୋଗଦେଇଥିବା ବେଳେ କର୍ତ୍ତା ଭାବେ ଟିକେରାମ ମହାଖୁଡ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପଳତା ମହାଖୁଡ, ସୁବାସ ମହାଖୁଡ ଓ ତାଙ୍କ ଧର୍ମପତ୍ନୀ ସୁକାନ୍ତି ମହାଖୁଡ, କିଶୋର ମହାଖୁଡ ଓ ତାଙ୍କ ଧର୍ମପତ୍ନୀ ରିମି ମହାଖୁଡ ଦାଇତ୍ୱ ନିର୍ବାହ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


କୋଭିଡ କଟକଣା ଦୃଷ୍ଟିରେ ରଖି ୫୦ ଜଣ ଭକ୍ତଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ଼ ବୃନ୍ଦାବନ ସେବାଶ୍ରମ ଟ୍ରଷ୍ଟ ସଭାପତି ଶ୍ରୀ ଶ୍ୟାମାନନ୍ଦ ଦାସ ମହାରାଜ, ସମ୍ପାଦକ କ୍ଷୀରାଧି ମହାଖୁଡ, କୋଷାଦକ୍ଷ ନଳିନୀ ହୋତା, ଟ୍ରଷ୍ଟ ମେମ୍ବର ଧର୍ମୁଚାନ୍ଦ ଅଗ୍ରୱାଲ, ଶ୍ୟାମ ସୁନ୍ଦର ମହାଖୁଡ, ଚନ୍ଦ୍ରଚୁଡ ମହାଖୁଡ, ଟିକେରାମ ମହାଖୁଡ, କିଶୋର ପ୍ରଧାନ, ଦିନବନ୍ଧୁ ବାରିକ ସମେତ ଟ୍ରଷ୍ଟର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBata.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.