ଗ୍ରୀନ ଇଣ୍ଡିଆ ରିସର୍ଚ୍ଚ ଫାଉଣ୍ଡେସନର ଓଡ଼ିଶା ସଭାପତି ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ ମନୋନୀତ

ଭୁବନେଶ୍ଵର: ଜାତୀୟ ସ୍ତରରେ ବିଶ୍ୱାସ ଯୋଗ୍ୟ କାର୍ଯ୍ୟ କରି ଗ୍ରୀନ ଇଣ୍ଡିଆ ପରିବାର ରିସର୍ଚ୍ଚ ଫାଉଣ୍ଡେସନ ପରିବେଶ ସୁରକ୍ଷା ଏବଂ ଗବେଷଣା ଉପରେ ଗୁରୁତ୍ବ ଦେଇ ଆସିଛି। ଓଡ଼ିଶାର ପ୍ରାକୃତିକ ପରିବେଶ ଉପରେ ଗବେଷଣା ଏବଂ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ସଂସ୍ଥାର ପ୍ରତିଷ୍ଠାତା ସଭାପତି ନିରଜ୍ ଗୁପ୍ତା ଏବଂ ତାଙ୍କ ଧର୍ମପତ୍ନୀ ପୁଜାଗୁପ୍ତ କାର୍ଯ୍ୟକ୍ରମମାନ କରିବାକୁ ମନସ୍ଥ କରିଛନ୍ତି।

Omkar Vasthu
Omkar Vasthu


ଓଡ଼ିଶା ପ୍ରଦେଶର ପରିବେଶ ସୁରକ୍ଷାର ସହଭାଗିତାରେ ନିଜକୁ ସାମିଲ କରିବା ପାଇଁ ଓଡ଼ିଶା ପ୍ରଦେଶର ସଭାପତି ଭାବେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଚୟନ କରାଯାଇଛି। କାର୍ଯ୍ୟଦକ୍ଷତା ଏବଂ ପରିବେଶ ସୁରକ୍ଷା କରିବାକୁ ନିଷ୍ଠା ଏବଂ ଶ୍ରଦ୍ଧା ଆଧାରରେ ଏହି ଚୟନ କରାଯାଇଛି। ସଂଗ୍ରାମ କେଶରୀ ସାମନ୍ତରାୟ ସାମାଜିକ ବନୀକରଣ କାର୍ଯ୍ୟକ୍ରମରେ ଅନେକ ବର୍ଷ ହେବ ବିଭିନ୍ନ ଅନୁଷ୍ଠାନ ସହିତ ମିଳିତ ସହଭାଗିତାରେ କାର୍ଯ୍ୟ କରି ଆସୁଛନ୍ତି। ଉଦ୍ଭିଦ ଏବଂ ପ୍ରାଣୀ ବିଭାଗରେ ଅଧ୍ୟୟନ କରିଥିବାରୁ ପରିବେଶ ସୁରକ୍ଷା ପାଇଁ ତାଙ୍କର ସ୍ଵତନ୍ତ୍ର ରୁଚି ରହିଛି।

Pearl dental clinic
Near Ashish Medical Store, Bhawanipatna


ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସାମାଜିକ ସେବା କରିବାର ସୁଯୋଗ ତାଙ୍କୁ ମିଳି ପାରିଛି। ଏହି ଚୟନକୁ ନେଇ ସାମନ୍ତରାୟ ବହୁତ୍ ଉତ୍ସାହିତ ଅଛନ୍ତି। ସରକାରୀ କାମ ପରେ ଛୁଟି ଦିନ ମାନଙ୍କରେ ପରିବେଶ ସୁରକ୍ଷା କାମକୁ ତ୍ୱରାନ୍ୱିତ କରିବାକୁ ସୂଚନା ଦେଇଛନ୍ତି। ବିଭିନ୍ନ ଆନ୍ତଃଜାତୀୟ ସଂସ୍ଥା ଏହି ଅନୁଷ୍ଠାନ ସହ ମିଳିତ ସହଭାଗିତାରେ କାର୍ଯ୍ୟ କରୁଛି ବୋଲି ନିରଜ ଗୁପ୍ତା ସୂଚନା ଦେଇଛନ୍ତି । ନୂଆପଡ଼ାର ପରିବେଶ ଗବେଷଣା ଉପରେ ଅଧିକ ଧ୍ୟାନ ଦେବାକୁ ନବ ନିଯୁକ୍ତ ଓଡିଶା ସଭାପତି ସଂଗ୍ରାମ କେଶରୀ ସାମନ୍ତରାୟ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.