ବୀର କିଶୋର ପରିଡା ପାଇଲେ ହାର୍ପୋ ଏକ୍ସିଲେନ୍ସ ଆଓ୍ବାର୍ଡ

ଭୁବନେଶ୍ଵର: ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଭୁବନେଶ୍ୱର ଠାରେ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘କୋଭିଡ୍-୧୯ ଏବଂ ମାନବ ଅଧିକାର, ବିଶ୍ଵ ପରିପ୍ରେକ୍ଷୀରେ ଭାରତର ପ୍ରତିଷ୍ଠା’ ଶିର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ମାନବାଧିକାର ସଂଗଠନରେ ଉଲ୍ଲେଖନୀୟ ଅବଦାନ ପାଇଁ ଓ୍ବାର୍ଲଡ ହ୍ବୁମାନ ରାଇଟ୍ସ ର ସ୍ପେସାଲ କୋର୍ଡିନେଟର (କେବିକେ) ବୀର କିଶୋର ପରିଡାଙ୍କୁ ହାର୍ପୋ ଏକ୍ସିଲେନ୍ସ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ଅଭିନ୍ନ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଆଇଏମ ର ପ୍ରାକ୍ତାନ ନିର୍ଦେଶକ ଡକ୍ଟର ଅଶୋକ ମହାପାତ୍ର, ଇଲେକ୍ସନ କମିସନ ଅଫ ଇଣ୍ଡିଆ ର ପ୍ରାକ୍ତନ ଉପଦେଷ୍ଟା ଡକ୍ଟର ଭଗବାନ ପ୍ରକାଶ, ଦକ୍ଷିଣ ଆଫ୍ରିକା କମିଶନର ଉପଦେଷ୍ଟା ଶରତ ପ୍ରଧାନ, ବିଶିଷ୍ଟ ଉଦ୍ୟୋଗପତି ପ୍ରବୋଧ ମହାନ୍ତି, ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.