ବାଇକ୍ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ, ଚାଳକ ଫେରାର

କଳାହାଣ୍ଡି/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାନପଦର ଗ୍ରାମର ସ୍ବର୍ଗତ ଲିପା ମାଝୀଙ୍କ ପୁଅ ବିଷୁ ମାଝୀ(୧୪)ଙ୍କ ବାଇକ୍ ଧକ୍କାରେ ମୃତ୍ୟୁ ଘଟିଛି। ଚାଳକ ଘଟଣା ସ୍ଥଳରୁ ଫେରାର ଥିବା ବେଳେ ପୋଲିସ ବାଇକ୍ ଜବତ କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର ପାନପଦର ଗ୍ରାମର ସ୍ବର୍ଗତ ଲିପା ମାଝୀଙ୍କ ପୁଅ ବିଷୁ ମାଝୀ ରାୟଗଡ଼ା ଜିଲ୍ଲା କାଚିଲି ଥାନା ଅନ୍ତର୍ଗତ ପିଣ୍ଡ ପଦର ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲା। ତେବେ କୋଭିଡ୍-୧୯ ଯୋଗୁଁ ନିଜ ଘରେ ରହୁଥିଲା। ସ୍କୁଲରେ ବହି ଦେବାପାଇଁ ଖବର ଦେବା ପରେ ନିଜ ସାଙ୍ଗ ସହିତ ଟେକ୍ସିରେ ଜେକେପୁର ପର୍ଯ୍ୟନ୍ତ ଯାଉଥିଲା। ସେଠାରୁ ରାସ୍ତାରେ ଚାଲିକି ଯିବା ବେଳେ ରାୟଗଡା ଜିଲ୍ଲା ଜେକେପୁର ଅନ୍ତର୍ଗତ ଅନାଥ ଆଶ୍ରମ ନିକଟରେ ପଛପଟୁ ଏକ ବାଇକ୍(ଓଡ଼ି୧୮ ଏଚ-୬୭୧୪)ବିଷୁକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।ଘଟଣା ସ୍ଥଳେ ବାଇକ୍ ଚାଳକ ବାଇକ୍ ଛାଡି ଫେରାର ହୋଇ ଯାଇଥିଲା।ଘଟଣା ପରେ କାଚିଲି ଥାନା ପୋଲିସ ଘଟଣା ସ୍ଥଳକୁ ଆସି ଶବ ଜବତ କରିଥିଲେ। ବିଷୁଙ୍କ ବାପା ଓ ମା’ ଦଶ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ପରିବାରରେ ବଡ ଭାଇ ପର୍ଶୁରାମ ମାଝୀ ବରଗଡ଼ରେ ରହି କାମ କରୁଥିବା ଯୋଗୁଁ ଦୁର୍ଘଟଣା ସ୍ଥାନକୁ ପହଞ୍ଚି ପାରିନ ଥିଲେ। ଖବର ପାଇ ବିଷୁଙ୍କ ବନ୍ଧୁବାନ୍ଧବ ଘଟଣା ସ୍ଥଳକୁ ଯାଇଥିଲେ। କିନ୍ତୁ କାଚିଲି ଥାନା ଅଧିକାରୀ ଆଦିବାସୀ ନୀରିହ ଦେଖି ଶବ ନେଇଯାଅ କୌଣସି ପୋଷ୍ଟମଟମ ହେବ ନାହିଁ ବୋଲି ଧମକ ଚମକ ଦେଇଥିବା ଗାଁ ଲୋକେ ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁଙ୍କୁ ଜଣାଇଥିଲେ।ଏହାପରେ ଶ୍ରୀ ବେନିଆଁ ମାଳିଯୁବାଙ୍ଗ ସରପଞ୍ଚ ଲାଳକୃଷ୍ଣ ମାଝୀ ପୋଲିସଙ୍କ ସହିତ କଥାବାର୍ତ୍ତା ପରେ ଶବ ବେବଛେଦ ପରେ ପରିବାର ଗାଁ ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ।୩ ଦିନ ଛାଡିକି ଥାନାକୁ ଆସିବ ଆମେ ବାଇକ୍ ଜବତ କରିଛୁ।ଫେରାର ଥିବା ବାଇକ୍ ଚଳକକୁ ଗିରଫ କରିବୁ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିବା ଶ୍ରୀ ବେନିଆଁ ପ୍ରକାଶ କରିଛନ୍ତି। ଏହି ଆଦିବାସୀ ଛାତ୍ରଙ୍କୁ ନ୍ୟାୟ ମିଳିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.