ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

କଟକ: ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ଝାରକଟା ଗ୍ରାମର ଧର୍ମପରାୟଣ ବ୍ୟକ୍ତି, ସାହି ମୁରବୀ, ଝାରକଟା ସ୍ଥିତ ରାଧା ମାଧବ-ରାଧା ଗୋବିନ୍ଦ ମନ୍ଦିରର ପୂର୍ବତନ ପୂଜକ ତଥା ବେଣ୍ଟକାର ବଜାରର ପୂର୍ବତନ ବ୍ୟବସାୟୀ ସ୍ୱର୍ଗତ ଦୁର୍ଯ୍ୟୋଧନ ପାଣି (୮୬)ଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳ, ବେଣ୍ଟକାର ବଜାର କମିଟି, କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ବୟାଳିଶମୌଜ଼ା ନେତାଜୀ ସୁବାଷ ସ୍ମୃତି ପରିଷଦ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି। ସ୍ୱର୍ଗତ ପାଣିଙ୍କ ମର ଶରୀର ଗ୍ରାମ ପରିକ୍ରମା ପରେ ପୈତୃକ ସ୍ଥାନରେ ଶବଦାହ କରାଯାଇଥିଲା। ଏହି ସମୟରେ ତାଂକ ସୁପୁତ୍ର ବିଶ୍ୱପ୍ରକାଶ ପାଣି, ବିଶ୍ୱଜିତ୍ ପାଣି, ବିଶ୍ୱଶାନ୍ତି ପାଣି, ସୁକନ୍ୟା ଅନ୍ନପୂର୍ଣା, ଲଳିତା, କନକଲତା, ଗୀତାଞ୍ଜଳି, ସମସ୍ତ ପୁତ୍ରବଧୂ, ଜ୍ୱାଇଁ, ନାତି ନାତୁଣୀ ସପରିବାର ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.