ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି(ହେମନ୍ତ ସାହୁ): ଭାରତ ସରକାରଙ୍କ ଯୁବବ୍ୟାପର ଓ କ୍ରୀଡା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଆମୁଣ୍ଡା ଗ୍ରାମରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆମୁଣ୍ଡା ଗ୍ରାମର ବିବେକାନନ୍ଦ ଯୁବକ ସଂଘ ତରଫରୁ ଗ୍ରାମର ରାସ୍ତା, ଡ୍ରେନ, ନଳକୂପ, ପୋଖରୀ ଓ ମନ୍ଦୀର ପରିସର ସଫେଇ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ନନ୍ଦକିଶୋର ଭୋଇ, ସମ୍ପାଦକ ଅରୁଣ କୁମାର ସାହୁ, ଗୋବିନ୍ଦ ମାଝୀ, ବସନ୍ତ ମାଝୀ, ଦୀପକ ସାହୁ, ଲିପୁନ ଭୋଇ, ବିମଲ ଭୋଇ, ରାଘବ ଭୋଇ, ଯୁଗଳ ଭୋଇ, ନିତ୍ୟା ସାହୁ ଉପସ୍ଥିତ ଥିବାବେଳେ ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶୁଚିସ୍ମିତା ଜାନି ଉପସ୍ଥିତ ରହି ଓଡ଼ିଆମୁଣ୍ଡା ଗ୍ରାମକୁ ସଦାସର୍ବଦା ସ୍ୱଚ୍ଛ ଓ ସବୁଜ ରଖିବାକୁ ଶପଥ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.