ଲାଞ୍ଜିଗଡ: ଏହି ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାନପଦର ଗ୍ରାମର ସ୍ବର୍ଗତ ଲିପା ମାଝୀଙ୍କ ପୁଅ ବିଶୁ ମାଝୀ(୧୪ବର୍ଷ)ଙ୍କ ଗତ ମଙ୍ଗଳବାର ବାଇକ୍ ଧକ୍କାରେ ମୃତ୍ୟୁ ଘଟିଥିଲା।ସେ ନିଜ ସାଙ୍ଗ ସହିତ ରାୟଗଡା ଜିଲ୍ଲା ଜେକେପୁର ନିକଟସ୍ଥ ପିଣ୍ଡ ପଦର ଉଚ୍ଚ ବିଦ୍ୟାଳୟକୁ ବହି ଆଣିବାକୁ ରାସ୍ତାରେ ଚାଲିକି ଯାଉଥିବା ବେଳେ ଜେକେପୁର ଆଶ୍ରମ ସ୍କୁଲ ନିକଟରେ ଏକ ବାଇକ୍ (ଓଡ଼ି୧୮ ଏଚ-୬୭୧୪) ପଛପଟୁ ବିଶୁଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବିଶୁର ମୃତ୍ୟୁ ଘଟିଥିଲା। ବିଶୁଙ୍କ ବାପା ମା’ ଦଶ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବଡ ଭାଇ ପର୍ଶୁରାମ ମାଝୀ ବରଗଡ଼ ଜିଲ୍ଲାରେ ରହି କାମ କରୁଥିଲେ। ବିଶୁଙ୍କ ମୃତ୍ୟୁ ଖବର ପାଇ ବର୍ତ୍ତମାନ ଘରକୁ ଫେରିଛନ୍ତି।ସେମାନେ ଅତ୍ୟନ୍ତ ଗରୀବ ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ମୃତକଙ୍କ ପରିବାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ବିଶୁଙ୍କ ଶୁଦ୍ଧିକ୍ରିୟା ପାଇଁ ବିଧାୟକ ଶ୍ରୀ ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁ, ମାଳିଯୁବାଙ୍ଗ ସରପଞ୍ଚ ଲାଲକୃଷ୍ଣ ମାଝୀ, ଗ୍ରାମ ରୋଜଗାର ସେବକ ଫକୀର ବେହେରା ପ୍ରମୁଖ ପାନ ପଦର ଗାଁକୁ ଯାଇ ମୃତ ବିଶୁ ମାଝୀଙ୍କ ବଡଭାଇ ପର୍ଶୁରାମ ମାଝୀଙ୍କୁ ସମବେଦନା ଜଣାଇବା ସହ ବିଜେଡ଼ି ପକ୍ଷରୁ ସୁଧିକାର୍ୟ୍ଯ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଦଶହ କାର୍ଯ୍ୟ ସମୟର ଚାଉଳ ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶ ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in