✍🏾ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୁଆଡ଼ୁ ଆସେ
ଏତେ ମେଘ ॥
ମେଘ ରେ ଦୋଳି
ଦୋଳି ରେ ଚମ୍ପା ବଣ ॥
ଶୀତ ର ବଖରା ରେ
ତୀବ୍ର ଦହନ
ଝୁଲୁ ଥିବା ଇଚ୍ଛା ସବୁ ରେ
ଲକ୍ଷେ ରଙ୍ଗ ର
ଗୀତ ॥
ପୁଷ୍ପଧନୁ ରେ ପହଁରୁଚି
ଚକ଼ ଚକ଼ ଶୀତ ର
ସୁର
ଦେଖ_ଘନେଇ ଆସିଲାଣି
ମେଘ_
ତମେ ଏବେ ଏକ଼ଲା ଠିଆ
ଜହ୍ନ ର ରାତି ରେ
ନା’
ରାତି ର ଜହ୍ନ ରେ !!!