ମୁଖ୍ୟ ରାସ୍ତା ଉପରେ ବଣୁଆ ହାତୀ: ଯାତାୟାତ ଠପ୍, ଲୋକେ ଭୟଭୀତ

କଳାହାଣ୍ଡି/ଲାଞ୍ଜିଗଡ଼: ବିଶ୍ୱନାଥପୁର ବନାଞ୍ଚଳ ଅଧିନସ୍ଥ ଲାଞ୍ଜିଗଡ ବନବିଭାଗ ଅନ୍ତର୍ଗତ ନଙ୍ଗଲ ବେଡା ଗ୍ରାମ ନିକଟରେ ଏକ ବଣୁଆ ହାତୀ ଘୁରି ବୁଲୁଥିବା ବେଳେ ଶୁକ୍ରବାର ସକାଳେ ଲାଞ୍ଜିଗଡ-ବିଶ୍ୱନାଥପୁର ମୁଖ୍ୟ ରାସ୍ତା ଉପରେ ରହିଥିବା ଯୋଗୁଁ ଯାତାୟାତ ଠପ୍ ହୋଇଯାଇଥିଲା। ପରେ ହାତୀଟି ରାସ୍ତା କଡରେ ଥିବା ନୀଳଗିରି ବଗିଚାରେ ରହି ଘୁରି ବୁଲୁଥିବା ବେଳେ ନିକଟସ୍ଥ ଗାଁ କୁଟିଙ୍ଗପଦର, ନଙ୍ଗଲବେଡା, ହରେକୃଷ୍ଣପୁର ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

Omkar Vasthu
Omkar Vasthu


ଗତ ରବିବାର ଦିନଠାରୁ ଦୁଇରୁ ତିନି ଗୋଟି ହାତୀ ନିକଟସ୍ଥ ହାତୀଶାଳ ସଂରକ୍ଷିତ ଜଙ୍ଗଲରେ ରହି ଗତ ରବିବାର ଓ ସମବାର ରାତିରେ ଦୁଇ ଗୋଟି ହାତୀ ଆସି କୁଟିଙ୍ଗ ପଦର ଗ୍ରାମର ଡଲାପଡ଼ାରେ ଥିବା ରବି ମାଝୀଙ୍କ ଘର ଭାଙ୍ଗିବା ପରେ ଘର ନିକଟରେ ଥିବା ଧାନ ଖଳାରୁ ଗଦା ଯାଇଥିବା ଧାନକୁ ଖାଇ ଖଳାରେ ରଖିଥିବା ୧୭ ପକେଟ ଧାନ,୪ ପକେଟ ମାଣ୍ଡିଆ ଓ ଘର ପଛପଟେ ଥିବା ବୋରେୱଲକୁ ମାଡି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ଗତ କାଲି ମଧ୍ୟ ୩ ଗୋଟି ହାତୀ ରାତ୍ର ୧୧ ଟା ସମୟରେ ଜଙ୍ଗଲରୁ ଆସି ନଙ୍ଗଲବେଡା ଗ୍ରାମର କିଛି ଲୋକଙ୍କ ପନିପରିବା ଚାଷ ନଷ୍ଟ କରିବା ସହ ଦୁଇ ଗୋଟି ହାତୀ ନିକଟସ୍ଥ ହାତିଶାଲ ଜଙ୍ଗଲକୁ ପଳାଇ ଯାଇଥିଲେ। କିନ୍ତୁ ସେଥି ମଧ୍ୟରୁ ଗୋଟିଏ ହାତୀ ନୀଜ ଦଳରୁ ଅଲଗା ହୋଇ ଘୁରି ବୁଲୁଥିବା ବେଳେ ଲୋକେ ଭୟଭୀତ ହୋଇ ପଡିଥିଲା।

Pearl dental clinic
Near Ashish Medical Store, Bhawanipatna


ଲାଞ୍ଜିଗଡ ବନବିଭାଗର ଏଲିଫେଣ୍ଟ ସ୍କୁଆଡ଼ ହାତୀର ଗତିନିଧି ଉପରେ ନଜର ରଖି ଆଜି ବନାଞ୍ଚଳ ପକ୍ଷରୁ ଏସିଏଫ ଶିଵ ପ୍ରଶାଦ ରଥ, ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ, ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରା, ମୂଷାନାଳ ବନପାଳ ଚିନ୍ତା ମଣି ମାଝୀ, ବନବିଭାଗ କର୍ମଚାରୀ ଓ ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ଏସଆଇ ଅଶୋକ କୁମାର ମହାପାତ୍ର, ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ବାଜା ବାଜଣା ଓ ବାଣ ଫୁଟାଇ ନଙ୍ଗଲବେଡା ଗ୍ରାମ ନିକଟରେ ଥିବା ହାତୀକୁ ଦିନ ୧ ଘଣ୍ଟା ସମୟରେ ଘଉଡ଼ାଇ ନିକଟସ୍ଥ ହାତିଶାଲ ଜଙ୍ଗଲରେ ଛାଡିଥିଲେ।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା )ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.