Breaking: ମାଓବାଦୀଙ୍କ ବନ୍ଦ ଡାକରା, ଗଛ କାଟି ରାସ୍ତା ଅବରୋଧ

ବନ୍ଧପାରୀ-ବିଶ୍ବନାଥପୁର ରାସ୍ତା ବନ୍ଦ କଲେ ମାଓବାଦୀ

ଲାଞ୍ଜିଗଡ଼: ସିପିଆଇ (ମାଓବାଦୀ) ଓଡିଶା ରାଜ୍ୟ କମିଟି ବନ୍ଧପାରୀ – ବିଶ୍ବନାଥପୁର ରାସ୍ତାକୁ ବନ୍ଦ କରି ଦେଇଛନ୍ତି। ବନ୍ଧପାରୀ ରାଜେନ୍ଦ୍ରପୁର ଛକ ଡଙ୍ଗାଜୋର ଶିବମନ୍ଦିର ନିକଟରେ ଏକ ଜାମୁକୋଳି ଗଛ କାଟି ସହୀଦ ଦିବସ ପାଇଁ ୨୮ ଡିସେମ୍ବରକୁ ବନ୍ଦ ଘୋଷଣା କରିଛନ୍ତ।

Omkar Vasthu
Omkar Vasthu


ସିପିଆଇ ମାଓବାଦୀ ପକ୍ଷରୁ ଡ଼ିସେମ୍ବର ୨୮ ତାରିଖ ବନ୍ଦ ଡାକରା ଦେବା ସହ ପୋଷ୍ଟର ବ୍ୟାନର ମାଧ୍ୟମରେ ମାଓ ଆନ୍ଦୋଳନରେ ସାମିଲ ପାଇଁ ଆହ୍ବାନ ଦେଇଛନ୍ତି। ଫଳରେ ବିଶ୍ଵନାଥପୁର-ବିଜେପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି, ବିଶ୍ବନାଥପୁର-ବିଜେପୁର ରାସ୍ତା ରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଗୋଟିଏ ବ୍ୟାନର ଓ ପାଞ୍ଚ ଗୋଟି ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟର ଓ ବ୍ୟାନର ରେ ପିଏଲଜିଏ ସପ୍ତାହ କୁ ପାଳନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦମନ ପ୍ରତିବାଦରେ ମାଓବାଦୀଙ୍କ ସଂଘର୍ଷ କରିବାକୁ ସମର୍ଥନ ସହ ପୋଲିସ ସୁଚନାଦାତାଙ୍କୁ ଚେତାବନୀ ଉଲ୍ଲେଖ ରହିଛି।

Udyog Nursery
Udyogi Nursery

ମାଓବାଦୀଙ୍କ ପୋଷ୍ଟରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିରୋଧ କରାଯାଇଛି। ଏଥିରେ ଶହୀଦଙ୍କ ରକ୍ତର ବଦଳା ନିଅନ୍ତୁ, ପିଏଲଜିଏ ରେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତି ଏମିତି ଅନେକ କଥା ଲେଖାଯାଇଅଛି। ପୋଷ୍ଟର ଓ ବ୍ୟାନରରେ ସିପିଆଇ ମାଓବାଦୀ ଓଡ଼ିଶା କମିଟି ଉଲ୍ଲେଖ ରହିଛି।ନିକଟରେ ସିଆରପିଏଫ କ୍ଯାମ୍ପ ଥାଇମଧ୍ଯ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.