ଚଳିତ ବର୍ଷର ତପସ୍ୟା ଫାଉଣ୍ଡେସନ ପୁରସ୍କାର ଘୋଷିତ

● ପ୍ରଫେସର ବାଉରୀବନ୍ଧୁ କର, ଡ. ଦେବାଶିଷ ପାତ୍ର ଓ ସଂଘମିତ୍ରା ଭୁତିଆଙ୍କୁ ପୁରସ୍କାର

● ମୋଟ ପୁରସ୍କାର ରାଶି ୧ ଲକ୍ଷ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୦ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୦’, ଆଦିବାସୀ ଜନଜୀବନ ଓ ସାହିତ୍ୟ ସମ୍ପର୍କରେ ଗବେଷଣା କରୁଥିବା ଡ. ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୨୦’ ଏବଂ ତରୁଣ ଲେଖିକା ସୁଶ୍ରୀ ସଂଘମିତ୍ରା ଭୁତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୦’ ରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ମେନେଜିଂ ଟ୍ରଷ୍ଟି ଡ. ଜୁଲି ମିଶ୍ର ଘୋଷଣା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଏଠାରେ ଆୟୋଜିତ ଫାଉଣ୍ଡେସନର ଏକ ବୈଠକରେ ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଚଳିତ ବର୍ଷର ପୁରସ୍କୃତ ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ବୈଠକ ପରେ ଡ. ମିଶ୍ର କହିଛନ୍ତି ଯେ ଉପରୋକ୍ତ ତିନି ସାହିତ୍ୟିକଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଓ ୨୦ ହଜାର ଟଙ୍କା, ମାନଫଳକ ଓ ଉପାୟନ ପ୍ରଦାନ କରାଯିବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏକ ନିରାଡ଼ମ୍ବର ଉତ୍ସବରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ଟ୍ରଷ୍ଟି ସର୍ବଶ୍ରୀ ତପନ କୁମାର ପଣ୍ଡା, ଡ. ହିରଣ୍ମୟୀ ମିଶ୍ର, ଶତ୍ରୁଜିତ, ମନୋଜ ପୃଷ୍ଟି, ମନୋଜ ଭୋଇ, କମଳାକାନ୍ତ ମହାନ୍ତି, ପ୍ରକାଶ ପଣ୍ଡା, ପାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କଥାକାର ବିଭୂତି ଭୂଷଣ ପ୍ରଧାନ (ମରଣୋତ୍ତର) ଓ ବରିଷ୍ଠ ନାଟ୍ୟକାର ନାରାୟଣ ଚନ୍ଦ୍ର ମହାପାତ୍ରଙ୍କୁ ତପସ୍ୟା ଶାଶ୍ୱତ ପୁରସ୍କାର, ବିଶିଷ୍ଟ ଲେଖକ ଭୀମ ପୃଷ୍ଟି ଓ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ତପସ୍ୟା ସୃଜନ ପୁରସ୍କାର ଏବଂ ତରୁଣ ଲେଖକ ନିଖିଳେଶ ମିଶ୍ର ଓ ତରୁଣ ଗାଳ୍ପିକ ଡିଲେଶ୍ୱର ରଣାଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାର ଯଥାକ୍ରମେ ବର୍ଷ ୨୦୧୮ ଓ ୨୦୧୯ ପାଇଁ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.