କଳାହାଣ୍ଡି: କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ‘ମହୁରି’ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ କାବ୍ୟୋତ୍ସବ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଭାଗିରଥି ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ବରେଣ୍ୟ ଅତିଥି ଭାବେ ପ୍ରଖ୍ୟାତ କବି ଡ. ମନୋଜ କୁମାର ପଣ୍ଡା, ପ୍ରସିଦ୍ଧ ଅନୁବାଦକ ବିଜୟ ପ୍ରଧାନ, ଖ୍ୟାତନାମା କବି ରବି ଶତପଥୀ, ବିଶିଷ୍ଟ କବି ଆନନ୍ଦ ଚନ୍ଦ୍ର ସାହୁ, ବିଶିଷ୍ଟ ଲେଖିକା ଡ. ସୁନୀତି ମୁଣ୍ଡ ଓ ‘ମହୁରି’ର ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲ ମଂଚାସୀନ ଥିଲେ। ଏଥିରେ ‘ମହୁରି’ର ସଂପାଦକ ସୁକାନ୍ତ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସହ-ସଂପାଦକ ବିରଞ୍ଚି ନାରାୟଣ ମୁଣ୍ଡ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସହ-ସଂପାଦକ ସୁଶୀଲ କୁମାର ବାଗ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଂପାଦନା ସହଯୋଗୀ ସଚିନ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ। ମଂଚ ପରିଚାଳନା ଓ କବିତା ସଂଯୋଜନା କରିଥିଲେ ଯୁବକବି ଡିଲେଶ୍ୱର ରଣା ଓ ଅଧ୍ୟାପିକା ଲିପ୍ସାମୟୀ ଦୁବେ। ‘ମହୁରି’ର ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ, କବି ଦକ୍ଷ ସାହୁ, ଡିଙ୍ଗର ନାଏକ, ସୁନିତା ଧଙ୍ଗଡ଼ାମାଝୀ, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।