ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗୀର ଜିଲ୍ଲାର ପଥରଚେପା ଠାରେ ବ୍ଲକ ସ୍ତରୀୟ ଯାଦବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଗୋଲାପ ବାଗ ସଭାପତି ଓ ଚିତ୍ରସେନ ବଗର୍ତ୍ତୀ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏହି ସଭାରେ ଜିଲ୍ଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତୀ ମୁଖ୍ୟ ଅତିଥି ଭାବେ, ଜିଲ୍ଲା ସହ-ସମ୍ପାଦକ ମନୋଜ ହାତୀ, ଜିଲ୍ଲା ଯୁବ ଯାଦବ ସମାଜ ସଭାପତି ଦିଲ୍ଲୀପ ରାଜପଲିଆ, ପୌରାଞ୍ଚଳ ସମ୍ପାଦକ ଅରକ୍ଷିତ ଯୁଏଡ, ଦିନେଶ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ଯାଦବ ସମାଜ କ୍ଷେତ୍ରରେ କାମ କରିଥିବା ବିନୋଦ କାଲସାଏ, ସନ୍ଦୀପ ବାଗ, ପ୍ରଶାନ୍ତ ମହାକୁଡ଼ ଓ ଜୟଦେବ ଜାଲଙ୍କୁ ସମ୍ମାନିତ କରାଯାଇଥିଲା।