ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ ମୃତ, ୯ ଆହତ

କୋକସରା: ଆମପାଣି ରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ୍ ଓ୍ବେ ରେ ମଙ୍ଗଲବାର ପୃଥକ ପୃଥକ ୨ ଟି ଦୁର୍ଘଟଣା ଘଟିଯାଇଛି । ରାସ୍ତାର ରଏନଗୁଡା ନିକଟରେ ବୋଲେରୋ ଏବଂ ପିକ୍‌ଅଫ୍ ଭ୍ୟାନ ମୁହାଁମୁହି ଧକ୍କା ହେବାରୁ ୯ ରୁ ଉର୍ଦ୍ଧ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ କୋକସରା ଓ ଆମପାଣି ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କାରାଯାଉଛି। ସୂଚନା ଅନୁସାରେ, ମ୍ୟାକ୍ସ ପିକ୍‌ଅଫ୍ ଭ୍ୟାନ କିଛି ଶ୍ରମିକ ଙ୍କୁ ନେଇ ହାଇଦ୍ରାବାଦ ଯାଉଥିବାବେଳେ ନବରଙ୍ଗପୁର ପଟୁ ଧର୍ମଗଡ ଅଭିମୁଖେ ଯାଉଥିବା ଏକ ବୋଲେରୋ ସହ ଧକ୍କା ହୋଇଥିଲା । ଫଳରେ ମ୍ୟାକ୍ସ ପିକ୍‌ଅଫ୍ ଗାଡି ଓଲଟି ପଡି ୯ ରୁ ଉର୍ଦ୍ଧ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ୧୦୮ ଗାଡିରେ ନେଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଶ୍ରମିକ ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କୁ ଲାଠୋର ବ୍ଲକ ଖର୍ଲି ଗ୍ରାମର ନୀଳ ମେହେର ହାଇଦ୍ରାବାଦକୁ ଚାଲାଣ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୁଚନା ମିଳିଛି । ସମସ୍ତେ ଗୁରୁତରଙ୍କୁ ଆମପାଣି ଓ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

ଅନ୍ୟପକ୍ଷେ ଏହି ବିଜୁ ଏକ୍ସ ପ୍ରେସ୍ ୱ ରାସ୍ତ ଭୁର୍ଷାଗୁଡା ସ୍କୁଲ ନିକଟରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କର ପିନ୍ଧି ଥିବା ସାର୍ଟ ପ୍ୟାକେଟରୁ ୨ଟି ଆଧାର ମିଳିଛି ସେମାନେ ସାନପୋଡାଗୁଡ଼ା ପଞ୍ଚାୟତ ନିଗିଗୁଡା ଗ୍ରାମର ନୀଳକଣ୍ଠ ଗୋପାଳ ଓ ହେମନ୍ତ ଗୋପାଳ ବୋଲି ଜଣାପଡିଛି। ଦୁଃର୍ଘଟଣା ଘଟାଇ ଥିବା ଗାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଘଟଣା ପରେ ଆମପାଣି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.