ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚହଗାଁରେ ମୋ ସ୍କୁଲ ଅଭିଯାନ ବୈଠକ

କଳାହାଣ୍ଡି (କ୍ଷମାନିଧି ମହାକୁଡ): ଭବାନୀପାଟଣା ଶିକ୍ଷା ବିଭାଗ ଦ୍ୱାରା ଚାଲିଥିବା ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଏକ ବିଦ୍ୟାଳୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ଚହଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଜୟକୁମାର ମାଝି ଯୋଗଦେଇଥିବା ବେଳେ ପୂର୍ବତନ ସହ-ଶିକ୍ଷା ନିରୀକ୍ଷକ ରାମଚନ୍ଦ୍ର ଧଙ୍ଗଡାମାଝୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଗଣେଶରାମ ସାହୁ, ରମାକାନ୍ତ ସାହୁ, ଦୁର୍ଗାଚରଣ ସାହୁ, ଗୋବିନ୍ଦ ଚନ୍ଦ୍ର ସା, ସୁଦାମ ଚରଣ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟଦେବ ବାଗଙ୍କ ଅଧ୍ୟକ୍ଷତାଐରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚିତ ହୋଇଥିଲା। ଏହା ସହ ବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ଗଠିତ ହୋଇଥିଲା। ଏଥିରେ ଅନନ୍ତରାମ ସା ସଭାପତି ଓ ବିବେକାନନ୍ଦ ସାହୁ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.