ସହୀଦ ରେଣ୍ଡୋ ମାଝୀ ବ୍ୟକ୍ତି ହୋଇ ରହିନାହାନ୍ତି, ସେ ଜାତିର ଅସ୍ମିତା

● ସହୀଦ ରେଣ୍ଡୋ ମାଝୀ କବିତା ପାଠୋତ୍ସବ

କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହୀଦ ରେଣ୍ଡୋ ମାଝୀ ଆଉ ବ୍ୟକ୍ତି ହେଇ ରହି ନାହାନ୍ତି,ସେ ଏବେ ଜାତିର ଅସ୍ମିତା। ରେଣ୍ଡୋ ମାଝୀଙ୍କୁ କୌଣସି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀରେ ସୀମିତ କରାଯିବା ଉଚିତ ନୁହେଁ, ସେ ଏବେ ବିଶ୍ୱ ସଂପଦ ବୋଲି ଆଜି ଆୟୋଜିତ ରେଣ୍ଡୋ ମାଝୀଙ୍କ ସ୍ମୃତିରେ କବିତା ପାଠୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସହୀଦ ରେଣ୍ଡୋ ମାଝୀ ସ୍ମୃତି କମିଟୀ ତରଫରୁ କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ଜଗତ ସହାୟତାରେ ଅନୁଷ୍ଠିତ ଐତିହାସିକ ସହୀଦ ରେଣ୍ଡୋ ମାଝୀ କବିତା ପାଠୋତ୍ସବ ବୁରାଟ ସ୍ଥିତ ଆଦିବାସୀ ତାଲିମ କେନ୍ଦ୍ର ପରିସରରେ ଅନୁଷ୍ଠିତ ହେଇଯାଇଛି। ସ୍ମୃତି କମିଟୀର ଉପସଭାପତି ଧନସିଂ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନ ତଥା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସେବା ଜଗତର ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ, ମୁଖ୍ୟବକ୍ତା ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ସମ୍ମାନିତ ଅତିଥି ବରିଷ୍ଠ କବି ନାଟ୍ୟକାର ପଦ୍ମ ଲୋଚନ ମିଶ୍ର, ସମାଜସେବୀ ଯୋଗେଶ୍ୱର ମାଝୀ ଓ କାଳେନ୍ଦ୍ରୀ ମାଝୀ ଯୋଗଦେଇଥିଲେ। ଯୁବ କବି ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ।

Udyog Nursery
Udyogi Nursery

ପରେ ଦ୍ୱିତୀୟ ଅଧିବେଶନ ତଥା କବିତା ପାଠୋତ୍ସବରେ ଅଧ୍ୟାପକ କୌତୁକ ପନ୍ଦର ଅଧ୍ୟକ୍ଷତା କରିଥିବାବେଳେ କନ୍ଧ ସଂସ୍କୃତିର ଗବେଷକ ମେଦିନୀଧର ଜାନୀ, ଲୁବେନଗଡ଼ ପଂଚାୟତର ପ୍ରଥମ ସରକାରୀ ଶିକ୍ଷକ ତଥା ରେଣ୍ଡୋ ମାଝୀଙ୍କ ବଂଶଧର ବିଶୁକେଶନ ମାଝୀ ମଂଚାସୀନ ରହିଥିବାବେଳେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ଡ଼ିଲେଶ୍ୱର ରଣା କବିତା ସଂଯୋଜନା କରିଥିଲେ।

କବି ଲଳିତ ମୋହନ ଭୋଇ, ରମେଶ ଚନ୍ଦ୍ର ମିଶ୍ର, କୌତୁକ ପନ୍ଦର, ମେଦିନୀଧର ଜାନୀ, ନିରଞ୍ଜନ ମହାରଣା, କୁଞ୍ଜ ସାହୁ, ଭାଗିରଥୀ ଷଡ଼ଙ୍ଗୀ, ମଧୁସୂଦନ ସିଂହ, ତପନ କୁମାର ସାହୁ, ଅରୁଣ କୁମାର ପ୍ରଧାନୀ, ସମୀର ପୁଝାରୀ, କାହ୍ନୁ ଚରଣ ସାହୁ, ଅଧ୍ୟାପିକା ଲିପ୍ସାମୟୀ ଦୁବେ, ହୃଦାନନ୍ଦ ସାହୁ, କୀର୍ତ୍ତନ ଘିଭେଲା, ଲଳିତ କୁମାର, ପୀତାମ୍ବର ଗଉଡ଼, ବିଶୁକେଶନ ମାଝୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.