ଜବରଦଖଲକାରୀଙ୍କ ଉପରେ ରାଜସ୍ୱ ବିଭାଗର କଡ଼ା ପଦକ୍ଷେପ

ଲାଞ୍ଜିଗଡ଼ ତହସିଲଦାର ଜାରି କଲେ ୧୪୪ ଧାରା

ଲାଞ୍ଜିଗଡ: ମୂଲ୍ୟବାନ ଜମିଗୁଡିକୁ ଜବରଦଖଲ କରି ନିର୍ମାଣ କାର୍ଯ୍ୟ ସବୁ ଚାଲୁଥିବାବେଳେ ଜବରଦଖଲକାରୀମାନଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ଲାଞ୍ଜିଗଡ଼ ରାଜସ୍ୱ ବିଭାଗ । ଲାଞ୍ଜିଗଡ଼ ତହସିଲ ଅଞ୍ଚଳରେ ସରକାରୀ ଜମି ଜବରଦଖଲ ଓ ଜମି ବିବାଦ ବଢି ଚାଲିଥିବାବେଳେ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା ।


ଶ୍ରୀ ହୋନ୍ନାଗାଙ୍କ ନେତୃତ୍ୱରେ ବିଶ୍ୱନାଥପୁର-ଲାଞ୍ଜିଗଡ଼ ମୁଖ୍ୟ ରାସ୍ତା କଡ଼କୁ ଲାଗି ଯୋଡାବନ୍ଧ ଗାଁ ପ୍ରତାପପୁର ଛକ ନିକଟରେ ସରକାରୀ ଜମି ଜବରଦଖଲ କରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବା ସହ ଏହି ଜମିରେ ୧୪୪ ଧାରା ଜାରି କରାଯାଇଛି । ସରକାରୀ ଜମି ଜବରଦଖଲ ହୋଇଥିବା ସଂପର୍କରେ ଅଭିଯୋଗ ହେବାପରେ ତହସିଲଦାର ଶ୍ରୀ ହୋନ୍ନାଗା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏହାସହିତ ଏହି ଜମିରେ ଆଜି ୧୪୪ ଧାରା ଜାରି ନାଲିପତାକା ଲଗାଯାଇଛି ।


ଏହି ଜବରଦଖଲ ଉଚ୍ଛେଦ ସମୟରେ ରାଜସ୍ୱ ପରିଦର୍ଶକ ଅରୁଣ କୁମାର ମାଝୀ, ରାଜସ୍ୱ ନୀରିକ୍ଷକ ରସିକ ଶବର ପ୍ରମୁଖ ସାମିଲ ହୋଇଥିବାବେଳେ ପ୍ରତାପପୁର ଛକ ନିକଟରେ ସରକାରୀ ଜମି ଜବରଦଖଲ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଛନକା ପଶିଛି । ତହସିଦାର ଶ୍ରୀ ହୋନ୍ନାଗାଙ୍କ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ।


ତେବେ ଲାଞ୍ଜିଗଡ଼ ତହସିଲ ଅଞ୍ଚଳରେ ଅନେକ ସ୍ଥାନରେ ବେଆଇନ୍ ଜବରଦଖଲ ଚାଲିଥିବା ଓ ଅଞ୍ଚଳର ବାହାର ଲୋକେ ଏପରିକି ରାଜ୍ୟ ବାହାର ଲୋକେ ବି କୌଶଳ କରି ସରକାରୀ ଜମି ଜବରଦଖଲ କରୁଥିବା ଅଭିଯୋଗ ହେଉଥିବାରୁ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଟାନ ନେବାର ସମୟ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.