କର୍ଲାମୁଣ୍ଡା,(ଆଶୁତୋଷ ଦାସ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରିଷିଡାର ଗାନ୍ଧୀନଗର ପଡାର ମହିଳା ମାନେ ସ୍ୱଚ୍ଛ ଭାରତ, ସବୁଜ ଗ୍ରାମ ର ପରିକଳ୍ପନା ନେଇ ନିଜ ଉଦ୍ୟମରେ ପଡାର ରାସ୍ତାଘାଟ ସଫେଇ କରି ମଇଳା ଆବର୍ଜନା ଗୁଡିକୁ ଏକତ୍ର କରି ପୋଡି ଦେଇଥିଲେ । ପଡାର ମଂଜୁଳତା କୁମାର, ରୁକ୍ମଣୀ କୁମାର, ସ୍ନିଗ୍ଧା କୁମାର, ଶାନ୍ତି କୁମାର, ଲିଲାବତୀ କୁମାର, ସୈରନ୍ଦ୍ରୀ କୁମାରଙ୍କ ନେତୃତ୍ୱରେ ଆହୁରି ଅନେକ ମହିଳା ସାମିଲ ହୋଇଥିଲେ । ପଡାର ସୀମାଂଚଳ କୁମାର, ଚଉବନ କୁମାର, ସତ୍ୟନାରାୟଣ କୁମାର ପ୍ରମୁଖ ସହଯୋଗ କରିଥିଲେ ।