ପ୍ରଧାନମନ୍ତ୍ରୀ କୋଶଳ ବିକାଶ ଯୋଜନାରେ ଚାଷୀଙ୍କୁ କୃଷି ପ୍ରମାଣ ପତ୍ର ପ୍ରଦାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ କଦମଗୁଡାଠାରେ ପ୍ରଧାନମନ୍ତ୍ରୀ କୋଶଳ ବିକାଶ ଯୋଜନାରେ ଚାଷୀଙ୍କୁ ତାଲିମ ଦିଆଯିବା ସହ କୃଷି ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲିମ ଶିବିରକୁ ପତାଞ୍ଜଳି ବାୟୋ ରିସର୍ଜ ଇନଷ୍ଟିଚ୍ୟୁଟ ଦ୍ବାରା ପରିଚାଳନା କରାଯାଇ ଥିଲା। ଏହି ଶିବିରରେ ଲାଞ୍ଜିଗଡ ଓ ଜଗନ୍ନାଥପୁର ପଞ୍ଚାୟତର ୩୩ ଜଣ ଚାଷୀଙ୍କୁ ଡାଲି ଜାତୀୟ ଫସଲ ଉପରେ ତାଲିମ ଦିଆଯାଇଥିଲା।

Omkar Vasthu
Omkar Vasthu


ଚାଷୀଙ୍କ ଆୟକୁ କିପରି ଚାଷ ମାଧ୍ୟମରେ ୨ ଗୁଣ କରାଯାଇ ପାରିବ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ଥିଲା। ତାଲିମ ନେଉଥିବା ଚାଷୀମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ୩୧ ଜଣ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ରବିବାର ଚାଷୀ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପତାଞ୍ଜଳି ବାୟୋ ରିସର୍ଜ ଇନଷ୍ଟିଚ୍ୟୁଟର ପ୍ରଶିକ୍ଷକ ଚନ୍ଦ୍ରଚୁଡ ମହାଖୁଡ଼ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ବରିଷ୍ଠ ଚାଷୀ ଘନ ମାଳି ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.