କୋକସରା : ରାଜପଥ ୨୬ ଅବରୋଧ କଲେ ଛତ୍ରୀ

କସ୍ତୁରବା ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା

କୋକସରା,୨୮/୧: ଚିଲିଗୁଡା ଠାରେ ଥିବା କସ୍ତୁରବା ଆବାସିକ ବିଦ୍ୟାଲୟରେ ଛାତ୍ରୀ ଅସନ୍ତୋଷ  ବୃଦ୍ଧି ପାଇବରୁ ଆଜି ଜାତୀୟ ରାଜପଥ ୨୬ କୁ୧୯୦ ଜଣ ଛାତ୍ରୀ ଅବରୋଧ କରି ଭବାନୀପାଟଣା ଓ ଜୟପୁର ଗମନାଗମନ କୁ ଠପ କରିଦେଇଛନ୍ତି। ଛାତ୍ରୀଙ୍କ ଅଭିଯୋଗ ହେଲା ସଭାପତିଙ୍କ ଅଶ୍ଲିଳ ବ୍ୟବହାର ସହ ସ୍କୁଲରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବହୁତ ଅବହେଳା ଯୋତା, କମ୍ବଲ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ପୋଷାକ ସହିତ ମଧ୍ୟାନ୍ନ ଭୋଜନର ଘୋର ଅନିୟମିତତା ଇତ୍ୟାଦି । 

Omkar Vasthu
Omkar Vasthu

ଛାତ୍ରୀଙ୍କ ଅଭିଯୋଗ କ୍ରମେ ୱାର୍ଡଏଟେଣ୍ଡେଟ ଗାୟତ୍ରୀ ଲେଙ୍କା ଓ ପ୍ରଧାନ ଶିକ୍ଷୟତ୍ରୀ ତରୁଲତା ନାଏକ ଛାତ୍ରୀ ମାନଙ୍କ କୌଣସି ଅଭିଯୋଗ ଶୁଣୁନାହାନ୍ତି ଏବଂ ସଭାପତି ମଦ ପିଇ ରାତ୍ରୀରେ ଆସି ଛାତ୍ରୀ ମାନଙ୍କୁ ଅଶ୍ଲିଳ ବ୍ୟବହାର କରୁଛନ୍ତି। ସରକାରଙ୍କ ନିୟମାନୁସାରେ ଦଣ୍ଡମୁକ୍ତ କରିଥିବା ବେଲେ କେତେଜଣ ଛାତ୍ରୀ ମାଡ ଖାଇବାର ଅଭିଯୋଗ କରିଥିଲେ। କୋକସରା ଥାନା ଅଧିକାରୀ, ଶିକ୍ଷା ବିଭାଗିୟ କର୍ମଚାରୀ ଓ ବିଇଓ ଇଶ୍ବର ମାଝୀ ଘଟଣା ସ୍ଥଲରେ ପହଞ୍ଚି ଛାତ୍ରୀ ମାନଙ୍କ ଦାବୀ ପୂରଣ ନିମନ୍ତେ ଆଶ୍ୟାସନା ଦେବାରୁ ରାସ୍ତାରୋକ ହଟିଥିଲା।

Pearl dental clinic
Near Ashish Medical Store, Bhawanipatna

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.