ନୀଳଗିରି କାଠ ଟନ ପିଛା ୬ହଜାର ଟଙ୍କାକୁ ବୃଦ୍ଧି ପାଇଁ ପୁର୍ନବାର ଦାବି କଲା ଜନଜାଗରଣ କୃଷକ ସଂଘ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାର ନୀଳଗିରି ଜନ ଜାଗରଣ କୃଷକ ସଂଘ ପକ୍ଷରୁ ପୁର୍ନବାର ନୀଳଗିରି କାଠ ଟନ ପିଛା ୬ହଜାର ଟଙ୍କାକୁ ବୃଦ୍ଧି ନେଇ ଦାବି ଉଠିଛି । କୃଷକ ସଂଘର ୨ଶହରୁ ଉର୍ଦ୍ଧ କୃଷକଭାଇମାନେ ଆଜି କୁମୁଟିପେଣ୍ଠ ଠାରୁ ଜେକେପୁର କାଗଜ କଳ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ୭ଦଫା ଦାବି ପୂରଣ ନିମନ୍ତେ ଜେକେ କାଗଜ କଳ କର୍ତୁପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।


ଏହି ଦାବିପତ୍ରରେ ନୀଳଗିରି କାଠ ଟନ୍ ପିଛା ୬ହଜାର ଟଙ୍କା ବୃଦ୍ଧି କରିବା, ନୀଳଗିରି ବିହନ ମଂଜି ଦର ୪ଟଙ୍କା ପରିବର୍ତେ ୨ଟଙ୍କାରେ ପ୍ରଦାନ କରିବା, ନୀଳଗିରି ବୃକ୍ଷରୋପଣ ପାଇଁ ବୀମା ଲାଗୁ କରିବା, ବୃକ୍ଷରୋପଣ ନିମେନ୍ତ ଋଣ ଯୋଗାଇ ଦେବା, କମ୍ପାନୀରେ କରି ନୀଳଗିରି କାଠକୁ ଯଥାଶୀଘ୍ର ଅନଲୋଡିଂର ବ୍ୟବସ୍ଥା କରିବା, ବୃକ୍ଷରୋପଣ ସ୍ଥାନରୁ ଜେକେ କମ୍ପାନୀ ପର୍ଯ୍ୟନ୍ତ କାଠ ଆଣିବା ପାଇଁ ପରିବହନ ଦେୟ କମ୍ପାନୀ ବହନ କରିବା ଏବଂ ଗଛ କଟିବା ଏବଂ ଲୋଡିଂ କରିବା ଦେୟ ମଧ୍ୟ କମ୍ପାନୀ ତରଫରୁ ଯୋଗାଇ ଦେବା ନିମନ୍ତେ ଉଲ୍ଳେଖ କରାଯାଇଛି ।


ଏ ନେଇ କମ୍ପାନୀ କର୍ତୁପକ୍ଷ ଆସନ୍ତା ୩/୪ ଦିନ ମଧ୍ୟରେ ସଂଘ ସଦସ୍ୟଙ୍କ ସହ ଆଲୋଚନା କରି ଦାବି ପୂରଣ ଦିଗରେ କୈାଣସି ନିଷ୍କର୍ସ ବାହାର କରିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଯଦି ଦାବି ପୂରଣ ନ ହୁଏ ତାହାହେଲେ ଆଗାମୀ ଦିନରେ କମ୍ପାନୀ ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯିବା ସହ ଆନ୍ଧ୍ର ପ୍ରଦେଶ ଓ ରାଜ୍ୟ ଭିତରୁ ନୀଳଗିରି କାଠ ନେଇ ଆସୁଥିବା ଗାଡିଗୁଡିକୁ ଅଟକାଇ ଦିଆଯିବା ସହ ନ୍ୟାର୍ଯ୍ୟ ଦାବି ପାଇଁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ସଦସ୍ୟ ମୂର୍ତି ମିଣିଆକା, ମୋହନ ମାଣ୍ଡାଙ୍ଗି, ଚକ୍ର ହିମିରିକାଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି । ଏହି ଶୋଭାଯାତ୍ରାରେ ରାୟଗଡ, ଜେମାଦେଇପେଣ୍ଠ, ପୀତାମହଲ, ବୀରନାରାୟଣପୁର, ସିଲଟିଗୁଡା, ମାଟିକଣା, ଦୁନ୍ଦିଲି, ରିଭଲକଣା, ଶିକରପାଇ, କଲ୍ୟାଣସିଂହପୁର, ଥେରୁବାଲି, ମଦନପୁର, କୋଲନରା ଓ ଜେକେପୁର ଅଂଚଳର ପ୍ରାୟ ୨୫୦ଜଣ ଚାଷୀ ସାମିଲ ହୋଇଥିଲେ ।


ପ୍ରକାଶ ଥାଉ କି, ଜିଲ୍ଳାରେ ନୀଳଗିରି ଗଛ ଚାଷ କରିବା ଦ୍ୱାରା ଜଣେ ଚାଷୀର ଆର୍ଥିକବସ୍ଥା ସ୍ୱଚ୍ଛଳ ହୋଇପାରିବ ବୋଲି ଜେକେ କାଗଜ କଳ ପକ୍ଷରୁ ଚାଷୀଙ୍କୁ ପ୍ରର୍ବତିବା ଦ୍ୱାରା ଚାଷିଭାଇମାନେ ଅନ୍ୟ ଚାଷ ଛାଡି ନୀଳଗିରି ଚାଷ କରି ଆସୁଥିବା ବେଳେ ବର୍ଷ ବର୍ଷ ମଧ୍ୟରେ କାଠର ଟନ ପ୍ରତି ଦାମ ହ୍ରାସ କରାଯାଉଥିବାରୁ ଚାଷିକୂଳ ଅନେକ କ୍ଷତି ସହିବାକୁ ପଡୁଛି ବୋଲି ଅଭିଯୋଗ କରି ଆସୁଛନ୍ତି । ବଜାରରେ ଡିଜେଲ, ପେଟ୍ରୋଲ ଦର ଠାରୁ ଆରମ୍ଭ କରି ଶ୍ରମିକ ମଜୁରୀ, ଟ୍ରାକ୍ଟର ଭଡା ସମେତ କମ୍ପାନୀର ଚାରା ମୂଲ୍ୟ ବୃଦ୍ଧି ପାଇବା ସହ ଅନ୍ୟାନ୍ୟ ଜିନିଷର ଦରଦାମ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନୀଳଗିରି କାଠର ଦରଦାମ କମାଇବା ଚାଷୀକୂଳ ପ୍ରତି ଅବିଚାର ହେଉଥିବା ଅଭିଯୋଗ ହୋଇ ଆସୁଛି ।

ଗତ ୨୦୧୦ ମସିହାରେ ନୀଳଗିରି କାଠ ଟନ ପିଛା ୪୬୦୦ଟଙ୍କା ରହିଥିବା ବେଳେ ୨୦୧୨ରେ ୪୪୦୦ ଏବଂ ପରବର୍ତୀ ସମୟରେ ଅର୍ଥାତ୍ ଗତବର୍ଷ ୨୦୧୯ରେ ୪୨୦୦ ଏବଂ ଚଳିତ ବର୍ଷ ୪୧୫୦ ଟଙ୍କା ପ୍ରଦାନ କରାଯାଉଛି । ମାତ୍ର ୧୦ବର୍ଷରେ ଧୀରେ ଧୀରେ ଟନ ପ୍ରତି ଥିବା ଦରକୁ ହ୍ରାସ କରାଯାଉଥିବା ବେଳେ ପୂର୍ବେ ଗଛ କାଟିବାକୁ ଶ୍ରମିକମାନେ ଦୈନିକ ୨୦୦ଟଙ୍କା ନେଉଥିଲେ ବର୍ତମାନ ୬୦୦ଟଙ୍କା ପ୍ରଦାନ ନ କଲେ ମାନୁ ନାହାନ୍ତି କି ଆସୁନାହାନ୍ତି ତଥାପି ଚାଷ ପାଇଁ ଆଣିଥିବା ଋଣୁ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ଗଛ କଟାଉଛୁ ଏବଂ ଚାରାରୋପଣ ପାଇଁ ଆଗରୁ ଶ୍ରମିକମାନେ ୧୫୦ଟଙ୍କା କୁଲି ମଜୁରୀ ନେଉଥିବା ବେଳେ ବର୍ତମାନ ୩୦୦ଟଙ୍କା ଦେଲେ ସୁଦ୍ଧା ଶ୍ରମିକମାନେ ମାନୁ ନ ଥିବାରୁ ଚାଷିକୂଳକୁ କ୍ଷତି ସହିବାରୁ ଉଦ୍ଧାର କରିବା ପାଇଁ ଟନ ପ୍ରତି ୬ହଜାର ଟଙ୍କା ବୃଦ୍ଧି କରାଯାଉ ବୋଲି ଦାବି ଉଠିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.