ଆଜାଦ୍ ହିନ୍ଦ ୟୁଥ ଆସୋସଏସନ ତରଫରୁ ନେତାଜୀ ଜୟନ୍ତି ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): ଆଜାଦା ହିନ୍ଦ ୟୁଥ୍ ଆସୋସିଏସନ ତରଫରୁ ଅନୁଷ୍ଠାନର ୩୧ତମ ବାଷିର୍କତ୍ସୋବ ଓ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ନିରାଡମ୍ବର ସହ ପାଳିତ ହୋଇଯାଇଛି । ଆଜାଦ ହିନ୍ଦ ୟୁଥ ଆସୋସିଏସନର ୩୧ତମ ବାର୍ଷିକତ୍ସୋବ ଓ ନେତାଜୀ ଜୟନ୍ତି ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ ।

Omkar Vasthu
Omkar Vasthu


ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବରିଷ୍ଠ ରାଜ୍ୟ ଉପସଭାପତି ଲାଲବିହାରୀ ହିମିରିକା, ସ୍ଥାୟୀ ଲୋକ ଅଦାଲତ ସଦସ୍ୟ ତଥା ଅନୁଷ୍ଠାନର ଉପଦେଷ୍ଠା ପ୍ରୋଫେସର ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ମଂଚାସୀନ ହୋଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ଦୀର୍ଘ ୩୧ବର୍ଷ ଧରି ଅନୁଷ୍ଠାନ ରାୟଗଡ ସହରର ଯୁବ ପ୍ରତିଭା ତଥା କଳାକାରଙ୍କୁ ନେଇ ଯେଉଁ ଉଦ୍ୟମ ଆରମ୍ଭ କରିଥିଲା ତାହା ଆଜି ବି ସକ୍ରିୟ ହୋଇ ରହିଛି ଫଳରେ ଯୁବପିଢୀଙ୍କୁ ଏହା ଏକ ପ୍ରେରଣାର ଉତ୍ସ ହୋଇପାରିଛି ବୋଲି ରାଜ୍ୟସଭା ସାଂସଦ ଶ୍ରୀ ରାଓ ପ୍ରକାଶ କରିଥିବା ବେଳେ ଇ-ଲାଇବ୍ରେରୀର କାର୍ଯ୍ୟକାରିତା ପାଇଁ ତାଙ୍କର ସଂପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଥିଲେ । ସେହିପରି ଅନ୍ୟ ଅତିଥିମାନେ ଅନୁଷ୍ଠାନର ଉତରତୋର କାମନା କରିବା ସହ ନେତାଜୀଙ୍କ ସ୍ମୃତି ଚାରଣ କରିଥିଲେ ।

Udyog Nursery
Udyogi Nursery


ଏହି କାର୍ଯ୍ୟାରମ୍ଭ ପ୍ରାରମ୍ଭରେ ଜାତୀୟ ପତକା ଉତୋଳନ ସହ ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥିମାନେ ଗଭୀର ଶ୍ରଦ୍ଧାଂଜଳି ଞାପନ କରିଥିଲେ । ଆଜାଦ ହିନ୍ଦ ୟୁଥ ଆସୋସିଏସନ ଏବଂ ମ୍ୟିୁଜିକ ଗେଲେକ୍ସିର କଳାକାରମାନେ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତାରମ୍ ଗୀତ ଗାନ କରିଥିବା ବେଳେ ସହରର କବି ଓ ଲେଖକଙ୍କ ଗହଣରେ ଏକ କବିତା ପାଠତ୍ସୋବ ଅନୁଷ୍ଠିତ ହୋଇଥିଲା ।


ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ପ୍ରଦୀପ ମହାପାତ୍ର, ସାଧାରଣ ସଂପାଦକ ବିନାୟକ କର ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ସେହିପରି ଘୋଷିକା ବିଦିଶା ଶତପଥି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.