ପୂର୍ତ୍ତ ବିଭାଗର ନିମ୍ନମାନର କାମ: ଦୁଇ ଦୁଇ ଥର ଭୁଶୁଡିଲା ଡାକ୍ତରଖାନାର ଡ୍ରେନେଜ ଟାଙ୍କି

ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକରେ ପୂର୍ତ୍ତବିଭାଗ ପକ୍ଷରୁ ଅନେକ ଉନୟନ କାମ ଚାଲିଥିବାବେଳେ ଅନେକ କାମ ଅତ୍ୟନ୍ତ ନିମ୍ନମାନର ହେବା ଯୋଗୁଁଲୋକେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏମିତି ଆଉ ଏକ ନିମ୍ନମାନର କାମ ଏବେ ସାମ୍ନାକୁ ଆସିଛି ।

Omkar Vasthu
Omkar Vasthu


ବିଶ୍ୱନାଥପୁର ସ୍ୱାସ୍ତ୍ୟ କେନ୍ଦ୍ରରୁ ନିର୍ଗତ ହେଉଥିବା ପାଣି ଯିବାପାଇଁ ଏକ ଟାଙ୍କି ୧୫ ଦିନତଳେ ନିର୍ମାଣ ହୋଇଥିଲା । ହେଲେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଭାବ ଯୋଗୁଁ ଏହି କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ବର୍ତମାନ ଟାଙ୍କି ଭୁଶୁଡି ପଡିଛି । ଏକ ମାସ ପୂର୍ବରୁ ମଧ୍ୟ ଏହି ନୂତନ ଟାଙ୍କି ଭୁଶୁଡି ପଡିଥିଲା। ପୂର୍ତ୍ତ ବିଭାଗକୁ ଜଣାଇଲେପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାମର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ ଏହାକୁ ଅତି ହାଲୁକା ଭାବରେ ନେଇ ଯଦି ଭୁଶୁଡ଼ିଛି ତାହା ହେଲେ ଆଉଥରେ କାମ ହେବ ଆଉ କେଉଁ ଠିକାଦାର ଏହା କରିଛି ମୁଁ ଜାଣିନି ବିଲ କଲା ସମୟରେ ଜଣାପଡିବ ବୋଲି କହିଥିଲେ ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.