ଧାନ ଉଠାଣ ଓ ଟାର୍ଗେଟ ଦାବି କରି ରାସ୍ତା ଅବରୋଧ କଲେ ପଣ୍ଡିଗାଁ ଚାଷୀ

କଳାହାଣ୍ଡି: କଲମପୁର ବ୍ଲକ ପଣ୍ଡିଗାଁ ଧାନ ମଣ୍ଡିରେ ଧାନ କିଣାରେ ଦେଖାଦେଇଛି ଅବ୍ୟବସ୍ଥା। ଟାର୍ଗେଟ ଆଲରେ ଧାନ କିଣାରେ ମନ୍ଥରତା ଦେଖା ଦେଇ ଥିବାରୁ ସପ୍ତାହେ ହେଲା ଚାଷୀ ମଣ୍ଡିରେ ପଡ଼ିରହିଛି ଚାଷୀ। ଧାନ ଉଠାଣ ସହ ୨୪ ହଜାର କ୍ଵିଣ୍ଟାଲ ଟାର୍ଗେଟ ଦାବି କରି ଆଜି (ସୋମବାର) କଲମପୁର- ମୁଖିଗୁଡା ରାସ୍ତା ଅବରୋଧ କରିଛନ୍ତି ପଣ୍ଡିଗାଁ ଚାଷୀ। ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ଟାର୍ଗେଟ ଦାବିକରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା।

Omkar Vasthu
Omkar Vasthu


ଫଳରେ ଅସନ୍ତୋଷ ଚାଷୀ ଗତ ଶନିବାର ଦିନ ବ୍ଲକ ପ୍ରଶାସନ ଠାରେ ଦାବିକରିଥିଲେ। ରବିବାର ମଧ୍ୟରେ ଆବଶ୍ୟକ ଟାର୍ଗେଟ ନ ଦେଲେ ଚାଷୀ ରାଜରାସ୍ତା କୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। କିନ୍ତୁ କୌଣସି ସମାଧାନ ନ ହେବାପରେ ଚାଷୀ ସୋମବାର ସକାଳ ୬ ଟାରୁ ରାଜରାସ୍ତା ଅବରୋଧ କରିଛନ୍ତି। ଫଳରେ ସାଧାରଣ ଜୀବନ ଯାତ୍ରା ବାଧା ପ୍ରାପ୍ତ ହୋଇଛି। ୨ଚକିଆ ଚାରି ଚକିଆ ଯାନ କୁ ବନ୍ଦ କରାଯିବା ପରେ ଅନେକ ଲୋକ ହଇରାଣ ହୋଇଥିବା ବେଳେ ପ୍ରାୟତଃ ଚାଷ ରେ ନିୟୋଜିତ ହେବାକୁଥିବା ଟ୍ରାକ୍ଟର, ପାୱାର ଟ୍ରିଲର ମଧ୍ୟ ଚାଷଜମି କୁ ନେଇପାରି ନଥିଲେ।ଆନ୍ଦୋଳନ ସ୍ଥଳରେ କଲମପୁର ପ୍ରଶାସନ ତରଫରୁ ତହସିଲଦାର କରିସ୍ମା ବେଶ୍ରା ଉପସ୍ଥିତ ରହି ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରେ ରହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କିନ୍ତୁ ସମୟ ୧୨ ଟା ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିନଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରରହିଛି। ସୂଚନା ମୁତାବକ ପାଣ୍ଡିଗାଁ ମଣ୍ଡି ରେ ପ୍ରାୟ ୪୫ହଜାର କୁଣ୍ଟାଲ ଧାନ ବିକ୍ରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୨୫ ତାରିଖ ସୁଦ୍ଧା ୩୯୬ ଜଣ ଚାଷୀ ଙ୍କ ଠାରୁ ୨୪ ହଜାର ୧୮୧ କୁଇଣ୍ଟାଲ ଧାନ କ୍ରୟ ହୋଇଛି। ହେଲେ ଧାନ କିଣା ରେ ମନ୍ଥରତା ଓ ଟାର୍ଗେଟ ଆଲ ଯୋଗୁଁ ଏବେ ବି ମଣ୍ଡି ରେ ୯୯ ଜଣ ଚାଷୀ ଙ୍କ ପ୍ରାୟ ୧୦ ହଜାର କୁଇଣ୍ଟାଲ ରୁ ଉର୍ଦ୍ଧ ଧାନ ପଡ଼ି ରହିଛି। ଅନ୍ୟ ପକ୍ଷେ ଗତ ୬ ତାରିଖ ରୁ ରବି ଚାଷ ପାଇଁ କେନାଲ ପାଣି ଛଡା ଯାଇଥିବାବେଳେ ଚାଷୀ ନିଜ ଧାନ ବିକ୍ରି କରି ନପାରି ସପ୍ତାହେ କାଳ ମଣ୍ଡି ରେ ପଡ଼ିରହିଛି। ଆନ୍ଦୋଳନ ସ୍ଥଳରେ କଲମପୁର ଫାଣ୍ଡି ଅଧିକାରୀ ଅଶୋକ ପ୍ରଧାନ, ଜୟପାଟଣା ଥାନା ରୁ ଏସଆଇ ଲିଙ୍ଗରାଜ ସେଠୀ ସମେତ ପୋଲିସ ଦଳ, କଲମପୁର ରାଜସ୍ବ ନିରୀକ୍ଷକ, ଏମଆଇ ଦେବଧର ଧାରୁଆ ଏବଂ ପେକ୍ସ ସମ୍ପାଦକ ତ୍ରିଭୁବନ ପ୍ରଧାନୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.