କଦଳୀଘାଟିରେ ଓଲଟିଲା ଗ୍ୟାସ ବୋଝେଇ କଣ୍ଟେନର

ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଲାଞ୍ଜିଗଡ଼, (ଦୁଃଖିଶ୍ୟାମ ନାଗ): ରାୟଗଡା-ଭବାନୀପାଟଣା ୬ ନମ୍ବର ରାଜ୍ୟ ରାଜପଥ କଦଳୀଘାଟି ନିକଟରେ ଏକ ଗ୍ୟାସ ବୋଝେଇ କଣ୍ଟେନର ଟ୍ରକ୍ ଓଲଟି ପଡିଛି । ବିଶାଖାପାଟଣାରୁ ବଲାଙ୍ଗୀର ଯାଉଥିବା ଏହି ଟ୍ରକଟି ଭାରସାମ୍ୟ ହରାଇ କଦଳୀଘାଟି ନିକଟସ୍ଥ କରନଯୋର ନିକଟରେ ଓଲଟି ପଡିଥିଲା । ଏଥିରେ ଟ୍ରକଟିର ଇଞ୍ଜିନ ପଟ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏତେବଡ ଦୁର୍ଘଟଣା ସତ୍ତ୍ୱେ ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ତରଳ ଗ୍ୟାସ ଥିବାବେଳେ ଏଥିରେ ଲିକେଜ୍ ହେବାର ଆଶଙ୍କା ଦେଖାଦେଇଥିବାବେଳେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ନେତୃତ୍ୱରେ କନଷ୍ଟେବଲ ଭୁବନେଶ୍ୱର ସାହୁ, ଭବାନୀଶଙ୍କର ନାଗ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣା ସଂପର୍କରେ ଯାଞ୍ଚ ଆରମ୍ଭ କରିଥିଲେ ।

Udyog Nursery
Udyogi Nursery

ଏହାପରେ ନର୍ଲା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଲିକେଜ୍ ପରୀକ୍ଷା କରିଥିଲେ । ତେବେ ରାତି ହୋଇଯିବାରୁ ଗ୍ୟାସ କଣ୍ଟେନରର ସ୍ଥିତି ସଂପର୍କରେ ଯାଞ୍ଚ ଅଧାରେ ରହିଯାଇଥିବାବେଳେ ଆଜି ଏହାକୁ ଉଦ୍ଧାର କରାଯିବ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.