ତଳପଡା ବନ ସୁରକ୍ଷା ସମିତିକୁ ମିଳିଲା ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ବନ ସୁରକ୍ଷା ପୁରସ୍କାର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ସିକେରକୁପା ସେକ୍ସନର ତଳପଡା ବନ ସୁରକ୍ଷା ସମିତିକୁ ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ସମୀକ୍ଷା ୨୦୧୯-୨୦ର ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବେ ରାଜ୍ୟ ସ୍ତରୀୟ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।ତଳପଡା ବନ ସୁରକ୍ଷା ସମିତିକୁ ଜଙ୍ଗଲ ଯୋଜନାର କାର୍ଯ୍ୟାନ୍ନୟନରେ ଅସନ୍ତରିକ ସହଯୋଗ ଓ ଉଲେଖନିୟ ଅବଦାନ ପାଇଁ ଏହି ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu


ବିଶ୍ୱନାଥପୁର ବନାଞ୍ଚଳ କାର୍ଯ୍ୟାଳୟଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଏସିଏଫ ଅନିଲ କୁମାର ରାଏ ଯୋଗଦେଇ ତଳପଡା ବନ ସୁରକ୍ଷା ସମିତିର ସମ୍ପାଦକ ବନପାଳ ଚିତ୍ତରଞ୍ଜନ ବେହେରା, ଈଶ୍ୱର ବଗର୍ତ୍ତି, କାନ୍ତ ଜାଲ, କବିଳ ରାଉତ ଓ ଭୂତେ ଶବରଙ୍କୁ ପ୍ରଶସ୍ତି ପତ୍ର, ଟ୍ରଫି ଓ ସାଲ ଦେଇ ସଂମ୍ମାନୀତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି କାର୍ଯ୍ୟକ୍ରମରେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦ, କୋଡ଼ିନେଟର ଭବାନୀ ଦାସ, ସିକେରକୁପା ବନପାଳ ଚିତ୍ତରଞ୍ଜନ ବେହେରା, ମୂଷାନାଳ ବନପାଳ ଚିନ୍ତାମଣି ମାଝୀ, ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରା, ଲାଞ୍ଜିଗଡ ବ୍ଲକ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ତଳପଡା ବନ ସୁରକ୍ଷା ସମିତି ସଭାପତି ଗୁଣ ବଗର୍ତ୍ତି, କୋଷଦକ୍ଷ ଭରତ ଭୋଇ ବିଭିନ୍ନ ସେକ୍ସନର ବନରକ୍ଷୀ, ଫରେଷ୍ଟ ଗାର୍ଡ, ବନ ସୁରକ୍ଷା ସମିତିର ସଭାପତି ମାନଙ୍କ ସମେତ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.