ଦଶମ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ବିତରଣ

କୋକସରା, (ହିରଣ୍ୟ ବେହେରା): ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଥମ ଥର ପାଇଁ ସରକାର “ପରୀକ୍ଷା ଦର୍ପଣ” (ଟେଷ୍ଟ ପେପର) ଆଣିଛନ୍ତି। ବୋର୍ଡ ପରୀକ୍ଷାର୍ଥୀଙ୍କ ପରୀକ୍ଷା ବୋଝ ହାଲୁକା କରିବା ପାଇଁ ଏକ ସମ୍ଭାବ୍ୟ ମଡେଲ ପ୍ରଶ୍ନ ଉତ୍ତର ହେଉଛି ଏହି ପୁସ୍ତିକା। ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ୱାରା ମୁକ୍ତ ଭାବରେ ବଣ୍ଟନ ହେଉଥିବା ଏହି ପୁସ୍ତିକାକୁ କୋକସରା ବ୍ଲକର ୨୪ ଟି ହାଇସ୍କୁଲରେ ପଢ଼ୁଥିବା ୧୬୯୯ ଜଣ ଛାତ୍ର ଛାତ୍ରୀଙ୍କୁ ବଣ୍ଟନ ଆରମ୍ଭ ହୋଇଯାଇଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ବଣ୍ଟନ ହେଉଥିବା ଏହି ପୁସ୍ତକଟିକୁ ପାଇ ଛାତ୍ର ଛାତ୍ରୀମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ପୁସ୍ତିକା ବଣ୍ଟନ ଅବସରରେ କୋକସରା ଜବାହର ଉଚ୍ଚବିଦ୍ୟାପୀଠ ଠାରେ କୋକସରା ବ୍ଲକ ଶିକ୍ଷା ଅଧିକାରୀ ନାଗେଶ୍ୱର ପ୍ରଧାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବ୍ୟାରାଣୀ ବାଗ, ସମିତି ସଭ୍ୟ ତ୍ରିଭୁବନ ନାଏକ, ସରପଞ୍ଚ କିଶୋର ନାଏକ, ପ୍ରଧାନ ଶିକ୍ଷକ ସୁଧୀର ପଣ୍ଡା, ଓ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.