ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: ବିଶ୍ଵନାଥପୁର ବନାଞ୍ଚଳ ଅଧିନସ୍ଥ ଲାଞ୍ଜିଗଡ଼ ସେକ୍ସନ କାର୍ଯ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ୧୪ ଗୋଟି ବନ ସୁରକ୍ଷା ସମିତି ତଥା ଟାଙ୍ଗନକୋଣା, ଗୋଇପଟା, ହରେକୃଷ୍ଣପୁର, ରଘୁନାଥପୁର, ବଲଭଦ୍ରପୁର, କଦମଗୁଡା, ମସ୍କାପଦର, କୁଟେନଡେଲି, କଂସାରୀ, ଗନ୍ଧିନୀ, କେନ୍ଧୁବରଡି, ଆମ୍ବଗୁଡା, ତ୍ରିଲୋଚନପୁର, କିଡିଙ୍ଗଭଟାର ସଭାପତି ତଥା ଆନିମେଟର ମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ ସେକ୍ସନର ବନପାଳ ଶ୍ରୀ ବୃଷଭ ବେଶ୍ରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚଳିତ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ସମସ୍ତଙ୍କୁ ଆଲୋଚନା ମାଧ୍ୟମରେ ବୁଝାଯିବାସହ ସମସ୍ତେ ସଚେତନ ହେବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ବିରଞ୍ଚି ନାରାୟଣ ପଣ୍ଡା ଓ ବିଭୁତି ଭୂଷଣ ନାଏକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡ଼ର ଅମିୟ ତ୍ରିପାଠୀ ପରିଚାଳନା କରିଥିବାବେଳେ ତାଙ୍କୁ ସହଯୋଗ କରିଥିଲେ ପଟେଲ ବାଗ ଓ ଦିଲ୍ଲୀପ କୁମାର ବେହେରା।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.