ନବମ ଶ୍ରେଣୀର ଛାତ୍ରର ସନ୍ଦେହଜନକ ମୃତ୍ୟୁ

ପୋଲିସର ତଦନ୍ତ ଆରମ୍ଭ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ମଙ୍ଗଳ ବିଭାଗ ଅଧିନସ୍ଥ ବିଷମକଟକ ବ୍ଳକର କପାପଦର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଶ୍ରେଣୀର ବିଜୁ ହୁଇକା ନାମକ ଜଣେ ଛାତ୍ରର ଆଜି ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବିଷମକଟକ ଥାନା ପୋଲିସ ପଂହଚି ପ୍ରାଥମିକ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର ଏବଂ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ତେବେ ପୁଅର ମୃତ ଖବର ପାଇ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ପୁଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ଘଟଣାର ସତ୍ୟତା ଜାଣିବା ପାଇଁ ମୃତ ଛାତ୍ର ବିଜୁଙ୍କ ବାପା ଏ ନେଇ ଥାନାରେ ଏତଲା ଦେବେ ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu


ସେହିପରି ତାଙ୍କ କହିବାନୁସାରେ ବିଜୁକୁ ସେ ଗତ ଦୁଇ ଦିନ ତଳେ ମିଶି ଘରକୁ ଫେରିଥିଲେ । ସେ ସମୟରେ ତାଙ୍କ ପୁଅ ବିଜୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନ ଥିବା ବେଳେ ହଠାତ୍ ଆଜି ସକାଳେ ସେ ନିଦରୁ ଉଠୁ ନାହିଁ କହି ବିଦ୍ୟାଳୟ କର୍ତୁପକ୍ଷ ଖବର ଦେବା ପରେ ସେ ହଷ୍ଟେଲକୁ ଆସି ଦେଖିଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଡକାଇ ବିଜୁକୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷେ ପ୍ରତିଦିନ ଭଳି ଛାତ୍ରମାନଙ୍କ ଥର୍ମାଲ ସ୍କାନିଂ କରାଯାଉଥିବା ବେଳେ ମୃତ ଛାତ୍ର ବିଜୁର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ଥିଲା ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଆମେ ବି ଜାଣିନାହୁଁ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ପାଳ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ଏ ନେଇ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥିଙ୍କୁ ପଚାରିବାରୁ ତାଙ୍କୁ ହସ୍ତଗତ ହୋଇଥିବା ତଥ୍ୟ ପ୍ରକାରେ ଆଜି ସକାଳେ ବିଜୁ ନିଜ ନିତ୍ୟକର୍ମ ସାରି ଶ୍ରେଣୀକୁ ଯିବା ପାଇଁ ପ୍ରସ୍ତୁତ ବେଳେ ହଠାତ୍ ତା’ ପେଟ ବ୍ୟଥା ହୋଇଥିଲା । ସାଥୀ ଛାତ୍ରମାନେ ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ଖବର ଦେବା ପରେ ଏଏନଏମ ମଧ୍ୟ ଯାଇ ବିଜୁର ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗାଯୋଗ କରି ବିଷମକଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିଛନ୍ତି । ତେବେ କୈାଣିସି ଅଭିଯୋଗ ଆସିଲେ କମିଟି ଗଠନ କରି ଘଟଣାର ତଦନ୍ତ କରାଯାଇ କେହି ଦୋଷୀ ସାବ୍ୟସ୍ତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶତପଥି ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.