ରାୟଗଡର ବରିଷ୍ଠ ଓକିଲ ଏସ.ମହେଶ୍ୱର ରାଓଙ୍କ ପରଲୋକ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡର ବରିଷ୍ଠ ଓକିଲ ଏସ.ମହେଶ୍ୱର ରାଓଙ୍କ ୮୮ବର୍ଷ ବୟସରେ ରାୟଗଡ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ବେଳକୁ ସ୍ତ୍ରୀ, ଦୁଇ ପୁଅ, ଦୁଇ ବୋହୁ, ତିନି ଝିଅ ଓ ଜ୍ୱାଇଁ ସମେତ ଜୁନିଅର ୱାଇ.ମଧୁସୂଦନ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ଓକିଲ ଶ୍ରୀ ରାଓଙ୍କ ଦେହାନ୍ତ ଖବର ଶୁଣିବା ପରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ତାଙ୍କ ଶେଷ ଦର୍ଶନ ପାଇଁ ଆସିଥିବା ବେଳେ ରାୟଗଡ ଓକିଲ ସଂଘ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ରାୟଗଡ ଓକିଲ ସଂଘ ସଭାପତି ବ୍ରଜସୁନ୍ଦର ନାୟକ, ସଂପାଦକ ମଙ୍ଗଳମୂର୍ତି ବେଉରିଆଙ୍କ ସମେତ ଓକିଲ ମହେଶ୍ୱର ମହାପାତ୍ର, ଭି.ଏସ.ରାଜୁ, ଏସ.ଏନ.ଖାଡଙ୍ଗା, ୱାଇ.ଶ୍ରୀହରି, ଏସ.ଏନ.ପ୍ରଧାନ, ୱାଇ.ଶ୍ରୀନୁ, ମହେଶ ପଟ୍ଟନାୟକ, ଦେବୀ ପଟ୍ଟନାୟକ, ନବ କାଂଟା, ଗୈାରୀ ପଟ୍ଟନାୟକ, ପ୍ରଳୟ ବାଡତିୟା, ରବିପ୍ରସାଦ ମହାପାତ୍ର, ଏସ.ଚୈାଧୁରୀ, ମାନସ ରଥ, ପି.ଜଗନ, ଭି.ଅବତାର, କେ.ରାଜୁ, କେ.ରବିନ୍ଦ୍ରା, ଶଙ୍କର ଦୋରା, ରିତେଶ ସାବତ, ଟୁଟୁ ଦାସ, ରାଧାକୃଷ୍ଣ ଦଳେଇ, ଜଗଦିଶ ପଣ୍ଡା, ଜି.କେ.ଦାଶ, ପ୍ରଦୀପ ଦାସ, ଟାଇ ମିଶ୍ର, ଜଳନ୍ଧର କୁଲଦୀପ, ଅନ୍ତର୍ଜାମୀ ମିଶ୍ର, ଞାନେନ୍ଦ୍ର ମଲ୍ଳିକ, ରାମନାଥ ପାତ୍ର,ଏଲ.ତିରୁପତି ରାଓ , ଜଗଦୀଶ ପାଢୀ, ଜି.ରାମ ରାଓ, ବିରଜା ପାତ୍ର, ପି.ରାମକ୍ରିଷ୍ଣାଙ୍କ ସମେତ ଓକିଲ ସଂଘର ଅନ୍ୟମାନେ ସ୍ୱର୍ଗତଃ ଶ୍ରୀ ରାଓଙ୍କ ମରଶରୀରକୁ ଶେଷ ଦର୍ଶନ କରିଥିଲେ । ବରିଷ୍ଠ ଓକିଲ ସ୍ୱର୍ଗତଃ ଶ୍ରୀ ରାଓଙ୍କ ମର ଶରୀରକୁ ଜିଲ୍ଳା କୋର୍ଟ ପରିସରକୁ ଅଣାଯିବା ପରେ ଓକିଲ ସଂଘ ପକ୍ଷରୁ ସେଠାରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେହିପରି ଆସନ୍ତା ମାର୍ଚ୍ଚ ୧ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ରାୟଗଡ କୋର୍ଟରେ ନୀରବ ପ୍ରାର୍ଥନା ସହ ସଂଧ୍ୟା ୬ଟାରେ କ୍ୟାଣ୍ଡଲ ଜାଳି ଅମର ଆତ୍ମାର ସଦ୍ଗତି ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଂଜଳି ଅର୍ପଣ କରାଯିବାକୁ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିବାକୁ ସଭାପତି ଶ୍ରୀ ନାୟକ ଓ ସଂପାଦକ ଶ୍ରୀ ବେଉରିଆ ପ୍ରକାଶ କରିଥିବା ନେଇ ଓକିଲ ଲାବଣ୍ୟ ମୋହନ ପଟ୍ଟନାୟକ ଜଣାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.