ଦୁଇଟି ପୃଥକ ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ଥାନା ଅଂଚଳରେ ଆଜି ଦୁଇଟି ପୃଥକ ସଡ଼କ ଦୁର୍ଘଟଣା ହେଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହେଇଛି ଏବଂ ଅନ୍ୟଜଣେ ଗୁରୁତର ହେଇଥିବା ଜଣାଯାଇଛି । କେସିଙ୍ଗା ପଟରୁ ଜାତୀୟ ରାଜପଥ ୫୯ରେ ଟୁର୍ଚ୍ଚି ନିକଟରେ ଏହି ବ୍ଲକ ବମକ ପଂଚାୟତ ସୀତାରାମପାଲି ଗ୍ରାମର ମଦନ ମୋହନ ଭୋଇଙ୍କ ପୁତ୍ର ହରିଶ୍ଚନ୍ଦ୍ର ଭୋଇ(୧୬) ଆସୁଥିବାବେଳେ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ସତ୍ୟ ନାରାୟଣ ପଟେଲ, ଅଚ୍ୟୁତ ପ୍ରଧାନ, ଭାଗିରଥୀ ବଳିଆରସିଂ ତୁରନ୍ତ ଘଟଣାସ୍ଥଳକୁ ଯାଇ ମ.ରାମପୁର ଡ଼ାକ୍ତରଖାନାକୁ ଆଣିଥିଲେ କିନ୍ତୁ ଡ଼ାକ୍ତରଖାନାରେ ତାଙ୍କୁ ଡ଼ାକ୍ତରମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ୍ଦ ପାଇଁ ଡ଼ାକ୍ତରଖାନାରେ ରଖାଯାଇଥିବାବେଳେ ଆସନ୍ତାକାଲି ଶବବ୍ୟବଚ୍ଛେଦ୍ଦପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି ।

ଠିକ ସେହିପରି ମ.ରାମପୁର-ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତାରେ ଅଲାତାରା ନିକଟସ୍ଥ ସୁନାମୁଖୀପାଖରେ ଏକ ପିକଅପ୍ ଭ୍ୟାନ (ଓଡ଼ି୦୨ଏନ୍‌୮୧୦୪) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ ଚାଳକ ଗୁରୁତର ହେଇଥିବାବେଳେ ତାଙ୍କୁ ମ.ରାମପୁର ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.