ଅନ୍ତର୍ଜାତୀୟ ମହିଳା ଦିବସ: ବିଶ୍ୱର ପ୍ରତେକ ମହିଳାଙ୍କୁ ଅଭିନନ୍ଦନ ଜଣାଇଲେ କେଏସଏସ ମହିଳା ଶାଖା

KSS ମହିଳା ଶାଖା ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ନୂଆପଡା: ଖରିଆର ରୋଡ ସ୍ଥିତ ସାର୍ବଜନିକ ଧର୍ମଶାଳାରେ କେ.ଏସ.ଏସ. ମହିଳା ଶାଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। କେ.ଏସ.ଏସ. ମହିଳା ଶାଖା ସଭାନେତ୍ରୀ ନେହା ଡାଗାଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ୨୧୬ ସି.ଆର.ପି.ଏଫ. ସେକେଣ୍ଡ ମୁଖ୍ୟ କାମାଣ୍ଡେଣ୍ଟ ଉଷା ରାଣୀ ସିଂ ମୁଖ୍ୟ ଅତିଥି ରୂପେ ଭାବେ ଦେଇଥିବା ବେଳେ ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖରିଆର ରୋଡର ଗାଇନିକ ଡାକ୍ତର ଚଞ୍ଚଳ ସକଳେଜା, ମିସ ଇଣ୍ଡିଆ ରନର୍ସ ଅଫ ମେଘା ରାକୁଣ୍ଡଲା, ଯୁବ ମହିଳା ସାମାଜିକ ଏକ୍ଟିଭିଷ୍ଟ ଶାଳିନୀ ସାହୁ, ଜୋଙ୍କ ଥାନା ଏସ.ଆଇ. ଭାରତୀ ନାୟକ, ପୂର୍ବତନ ଚେୟାରମେନ ଖରିଆର ରୋଡ ସୁନିତା ଜୈନ, ହୁମେନ ରାଇଟ୍ସ କର୍ମୀ ଭଗବତୀ ପଟେଲ, ନର୍ସ ସନ୍ଧ୍ୟା ଦାନୀ, ଖରିଆର ରୋଡ ନଗରର ପୂର୍ବତନ ବିଜେଡି ସଭାପତି ଅଞ୍ଜଳି ସୋନି, ଲକ୍ଷ୍ମୀ ରା଼ଗାଟାଟେ ପ୍ରମୁଖ ସମ୍ମିଳନୀ ଅତିଥି ରୂପେ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu


ମହିଳା ଦିବସ ଅବସରରେ ବିଶ୍ୱର ପ୍ରତେକ ମହିଳାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଘରୁ ବାହାରକୁ ଆସି ସମାଜରେ ନିଜ କୁ ପ୍ରତିଷ୍ଠିତ କରିବା ଓ ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ ଆହ୍ୱାନ କରିଥିଲେ ମୁଖ୍ୟ ଅତିଥି। ଏହି କାର୍ଯ୍ୟକ୍ରମରେ କେ.ଏସ.ଏସ. ସଭାପତି ନିଶାନ୍ତ ଡାଗା ( ବଣ୍ଟି), ସମାଜସେବୀ ହାଲ୍ଲା ସିଂ, ପ୍ରଦୀପ ଜୈନ, ଅଶୋକ ଅଗ୍ରୱାଲ( ଛେଦି ), ଜୈ ପ୍ରକାଶ ଅଗ୍ରୱାଲ, ପ୍ରେମ ଚନ୍ଦ୍ ଡାଗା, ଶିବ ପ୍ରସାଦ ବେହେରା, ବିବେକ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


କେ.ଏସ.ଏସ. ମହିଳା ଶାଖାର କାମାକ୍ଷୀ ଯୋଶୀ ଓ ପ୍ରିୟଙ୍କା ନାଗ ମଞ୍ଚ ପରିଚାଳନା କରିଥିଲେ। ସୁରଭି ପାଣିଗ୍ରାହୀ, ଜାୟା ମଲାନୀ, କିରଣ ଢୋଲକିଆ, ସ୍ମୃତି ଖଣ୍ଡେଲୱାଲ, ଦେବିପ୍ରିୟା ହଂସ, ପମ୍ମି ନାୟକ, ଏମ. ଲକ୍ଷ୍ମୀ ଆଚାର୍ଯ୍ୟ କେ. ଏସ. ଏସ ମହିଳା ଶାଖା ସଦସ୍ୟ ବିଶେଷ ଭାବେ ସହଯୋଗ କରିଥିଲେ। ଏହି ଅବସରରେ କେ.ଏସ.ଏସ. ଦ୍ୱାରା ପରିଚାଳିତ ପାଠଶାଳାର ଛାତ୍ରୀ ଗଣ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Udyog Nursery
Udyogi Nursery

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.