ନିଆରା ଢଙ୍ଗରେ ମହିଳା ଦିବସ ପାଳନ କଲେ ସ୍କୁଲ୍ ପିଲା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ୧୩ଟି କ୍ଲଷ୍ଟରର ଶତାଧିକ ସ୍କୁଲରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ରେଲି ମାଧ୍ୟମରେ ଗ୍ରାମ ପରିକ୍ରମା କରି ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗରେ ସ୍ଲୋଗାନ୍ ଦେବା ସହ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଉକ୍ତ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu


ବିଦ୍ୟାଳୟ ପକ୍ଷରୁ ପିଲାଙ୍କୁ ପୁସ୍ତକ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଜୀବ କୁମାର ନାଏକଙ୍କ ନେତୃତ୍ୱରେ ପିରାମଲ୍ ଫାଉଣ୍ଡେସନର ଲାଞ୍ଜିଗଡ଼ ବ୍ଲକ୍ ମେନେଜର୍ ଶ୍ଵେତା ସିଂ, ସାଥ୍-ଇ କଳାହାଣ୍ଡି ଜିଲ୍ଲା ସଂଯୋଜକ ପରୀକ୍ଷିତ ବେହେରା, ଲାଞ୍ଜିଗଡ଼ ସିଆରସିସି ଏମ୍ ସୁନ୍ଦର ଶେଖର, ମସ୍କାଗୁଡ଼ା ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ,

Pearl dental clinic
Near Ashish Medical Store, Bhawanipatna


ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ, ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି, ବିଶ୍ୱନାଥପୁର ସିଆରସିସି ବିଜୟ ରାୟ, ବିଜେପୁର ସିଆରସିସି ଜଗଦୀଶ ପୁଟ୍ଟା, ଭଟାଙ୍ଗପଦର ସିଆରସିସି ଭାରତ ଭୂଷଣ ସାହୁ, ହରେକୃଷ୍ଣପୁର ସିଆରସିସି ରାଧାମାଧବ ରଥ, ଚମ୍ପାଦେଇପୁର ସିଆରସିସି ଯଶୋଦା ମାଳବିଷୋୟୀ,

Udyog Nursery
Udyogi Nursery

ମାଳିଯୁବାଙ୍ଗ ସିଆରସିସି ପରମେଶ୍ବର ନାଏକ, କାନକୁଟ୍ରୁ ସିଆରସିସି ଗୌରବ ନାଏକ, ବନ୍ଧପାରୀ ସିଆରସିସି ପ୍ରଭାତ କୁମାର ପାଠୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.