ଭବାନୀପାଟଣା ବ୍ଲକରେ ସାଥ ତରଫରୁ ମହିଳା ଦିବସ ପାଳିତ

ଭବାନୀପାଟଣା: ନାରୀ, ଶିକ୍ଷାକୁ ବହୁମୁଖୀ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହି ଶିକ୍ଷା ପ୍ରତିଟି ନାରୀ ଜୀବନକୁ କିପରି ସୁସ୍ଥ ଓ ସଚେତନ କରିବ, ତାହା ବର୍ତ୍ତମାନ ସମୟର ସବୁଠୁ ବଡ଼ ଦାୟିତ୍ୱବୋଧ। ଏ ଦିଗରେ ବିଦ୍ୟାଳୟ ଶିକ୍ଷା ଗୋଟେ ମୂଳଦୁଆ ବୋଲି ସମସ୍ତେ ମତବ୍ୟକ୍ତ କରିଛନ୍ତି। ବିଶ୍ବ ମହିଳାଦିବସରେ ଭବାନୀପାଟଣା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ତରଫରୁ ଚାଲୁଥିବା ସକ୍ଷମ ବିଟିଆ ଅଭିଯାନରେ କାମକରୁଥିବା ସ୍ବେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ମହିଳା ସଶକ୍ତିକରଣ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

Omkar Vasthu
Omkar Vasthu


ଏଥିରେ ଛାତଛାତ୍ରୀମାନେ ଚିତ୍ର କବିତା ମାଧ୍ୟମରେ ନିଜର ଭାବନା ପ୍ରକାଶ କରିଥିଲେ। ସେମାନଙ୍କୁ ନେଇ ଏକ ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସାଥ ତଥା ଫାଉଣ୍ଡେସନ ଭବାନୀପାଟଣା ବ୍ଲକ ମେନେଜର୍ ନରଗିସ୍‌, ରିସିଗାଁ କ୍ଲଷ୍ଟର ସଂଯୋଜକ ହାତିମ ମହମଦ, ଅଟାଙ୍ଗଗୁଡ଼ା କ୍ଲଷ୍ଟର ସଂଯୋଜିକା ମିନତୀ କୁମାରୀ ପ୍ରଧାନ, କନ୍ଧବାନ୍ଦୋପଲା, ଦୂର୍ଦୂରି ଓ ଅଟାଙ୍ଗଗୁଡ଼ା ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ସ୍ବେଚ୍ଛାସେବୀ ହେମାମାଳିନୀ, ଜ୍ୟୋତି, ପୂଜା ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.